Featuredଭାଇରାଲ୍ ଭିଡିଓରାଜନୀତି

ଅଡ଼ୁଆ ବଢିବାପରେ ୟୁ ଟର୍ଣ୍ଣ ମାରିଲେ ବାବା ରାମଦେବ, କହିଲେ.. || Owaisi not OBC || Baba Ramdev

ମୋର ଟିପ୍ପଣୀ ‘ଓବିସି’ ନୁହେଁ, ‘ଏଆଇଏମ୍ଆଇଏମ୍’ ନେତା ଅସଦୁଦ୍ଦୀନ ଓୱେସିଙ୍କ ପ୍ରତି ଥିଲା ।\’ମୋ ଟିପ୍ପଣୀକୁ ଭୁଲ୍ ଭାବେ ଦର୍ଶାଯାଇଛି। ଲୋକମାନେ ଶୁଣିବା ବି ଭୁଲ୍ କରିଛନ୍ତି। ମୁଁ ‘ଓବିସି’ ନୁହେଁ, ଓୱେସି କହିଥିଲି। ଓୱେସିଙ୍କ ପୂର୍ବ ପୁରୁଷମାନେ ଦେଶ ବିରୋଧୀ ଥିଲେ। ମୁଁ ଓବିସି ସମ୍ପ୍ରଦାୟକୁ ନେଇ କିଛି କହି ନାହିଁ।\’ ଏପରି କହିଛନ୍ତି ଯୋଗଗୁରୁ ବାବା ରାମଦେବ ।

ଘଟଣାନୁସାରେ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିିରେ ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସି ଲୋକଙ୍କ ବିରୋଧରେ ଟିପ୍ପଣୀ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଯେଉଁଥିପାଇଁ ଅନେକ ସାମାଜିକ ଗଣମାଧ୍ୟମରେ ରାମଦେବଙ୍କୁ ସମାଲୋଚନା କରିଛନ୍ତି। ଏପରିକି ତାଙ୍କୁ ବିରୋଧ କରିବା ସହ ୰ଭକ୍ଟଚ୍ଚମକ୍ଟଗ୍ଧଗ୍ଧକ୍ଟ୍ରବଗ୍ଧବଦ୍ଭହବକ୍ଷସ ଲେଖିଛନ୍ତି। ତେବେ ଏନେଇ ବିବାଦ ବଢିବାପରେ ସ୍ପଷ୍ଟୀକରଣ ଦେଇଛନ୍ତି ରାମଦେବ ।

ସେ କହିଛନ୍ତି, \’ମୋ ଟିପ୍ପଣୀକୁ ଭୁଲ୍ ଭାବେ ଦର୍ଶାଯାଇଛି। ମୁଁ ‘ଓବିସି’ ନୁହେଁ, ଏଆଇଏମ୍ଆଇଏମ୍’ ନେତା ଓୱେସି କହିଥିଲି। ଓୱେସିଙ୍କ ପୂର୍ବ ପୁରୁଷମାନେ ଦେଶ ବିରୋଧୀ ଥିଲେ। ତେଣୂୁ ମୁଁ ତାଙ୍କୁ କହିଥିଲି । ମୁଁ ଓବିସି ସମ୍ପ୍ରଦାୟକୁ ନେଇ କିଛି କହି ନାହିଁ।\’ ଲୋକେ ଶୁଣିବାରେ ଭୁଲ୍ କରିଛନ୍ତି । ସେହିପରି ବାବା ରାମଦେବ ଆହୁରି କହିଛନ୍ତି ଯେ, ମୁଁ ଅଗ୍ନିହୋତ୍ରୀ ବ୍ରାହ୍ମଣ। ମୁଁ ଚାରିବେଦ ପଢ଼ିଛି। ମୋର ମୂଳ ଗୋତ୍ର ହେଉଛି ବ୍ରହ୍ମା। ଲୋକେ କହୁଛନ୍ତି ବାବାଜି ହେଉଛନ୍ତି ‘ଓବିସି’। ତେଣୁ ମୁଁ ଓବିସି ସମ୍ପ୍ରଦାୟକୁ ନେଇ କିଛି କହି ନାହିଁ ବୋଲି କହିଛନ୍ତି ରାମଦେବ ।

Related Articles

Back to top button
WP Twitter Auto Publish Powered By : XYZScripts.com