ଜାତୀୟ

ସାଧାରଣତନ୍ତ୍ର ଦିବସ ପାଇଁ କର୍ତ୍ତବ୍ୟ ପଥରେ ପରେଡ ପାଇଁ ଚାଲିଛି ରିହରସାଲ

ସାଧାରଣତନ୍ତ୍ର ଦିବସ ପାଇଁ କର୍ତ୍ତବ୍ୟ ପଥରେ ପରେଡ ପାଇଁ ଚାଲିଛି ରିହରସାଲ । ଚଳିତ ବର୍ଷ ପରେଡର ଥିମ୍ ରହିଛି ନାରୀ ଶକ୍ତି । ସେଥିପାଇଁ ସମଗ୍ର କଣ୍ଟିଜେଣ୍ଟରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଦିଲ୍ଲୀରେ ଶୀତ ଲହରୀ ଜାରି ଥିବା ସତ୍ତ୍ବେ ତାହାକୁ ଖାତିର ନକରି ସକାଳ ୬ ରୁ ଜାରି ରହିଛି ପ୍ରାକ୍ଟିସ୍ ।ଜଳ,ସ୍ଥଳ, ଏବଂ ବାୟୁ ସେନାର ବିଭନ୍ନ କଣ୍ଟିଜେଣ୍ଟ ସହ ବିଏସଏଫ, ସିଆଇଏସଏଫ, ଦିଲ୍ଲୀ ପୋଲିସ, ଏନସିସି, ଏନଏସଏସର କଣ୍ଟିଜେଣ୍ଟ ରହିଛନ୍ତି ।

ଚଳିତ ବର୍ଷ ପରେଡରେ ସୀମା ସୁରକ୍ଷା ବଳର ସମସ୍ତ ମହିଳା ଏବଂ ବ୍ରାସ ବ୍ୟାଣ୍ଡ କଣ୍ଟିଜେଣ୍ଟ୍ ପରେଡରେ ଅଂଶଗ୍ରହଣ କରୁଛନ୍ତି।ସେହିଭଳି ପ୍ରତିରକ୍ଷା ବାହିନୀର ଦୁଇଟି ସ୍ୱତନ୍ତ୍ର ମହିଳା କଣ୍ଟିଜେଣ୍ଟ ପରେଡରେ ଭାଗ ନେଉଛନ୍ତି । ୧୪୪ ଜଣଙ୍କୁ ନେଇ ଗଠିତ ପ୍ରଥମ କଣ୍ଟିଜେଣ୍ଟରେ ସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନାର ମହିଳା ସୈନିକ ମାନେ ଦେଶର ପ୍ରତିରକ୍ଷା ଉପକରଣରେ ସେମାନଙ୍କର ଅବିଚ୍ଛେଦ୍ୟ ଭୂମିକାକୁ ଗୁରୁତ୍ୱ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com