ରାଜନୀତି
୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳର ଜୋରଦାର ପ୍ରସ୍ତୁତି ଚାଲିଛି।
୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁ ଦଳର ଜୋରଦାର ପ୍ରସ୍ତୁତି ଚାଲିଛି। ଏହାରି ଭିତରେ କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର ହେଉଥିବା ଖବର ଚର୍ଚ୍ଚାକୁ ଆସିବା ପରେ ସତର୍କ କରାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି।
ଉଭୟ ବିଧାନସଭା ଓ ଲୋକସଭା ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବାର ପ୍ରତିଶ୍ରୁତି ଦେଇ କିଛି ବ୍ୟକ୍ତି ବିଶେଷ ଟଙ୍କା ଆଦାୟ କରୁଥିବା ଖବର ପିସିସି ସଭାପତିଙ୍କ ନଜରକୁ ଆସିଥିଲା। ଏଭଳି ଖବର ସାମ୍ନାକୁ ଆସିବା ପରେ ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ସାମ୍ମୁଖ୍ୟଙ୍କୁ ପିସିସି ପକ୍ଷରୁ ଚିଠି ଦିଆଯାଇଛି।