ଓଡ଼ିଶା

ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ଉଠିଛି

ତିନି କଂଗ୍ରେସ ନେତା ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ଦଳ। ପିସିସି ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି । ୨୦୨୩ ଜୁଲାଇ ୧୫ ତାରିଖରେ କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କୁ କଂଗ୍ରେସ ନିଲମ୍ବନ କରିଥିଲା ।

ଜାନକୀ- ବସନ୍ତ ଯୋଡ଼ି, ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନାରେ ଯୋଗଦେଇ ଉଭୟ ନେତା ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଯେଉଁଥି ପାଇଁ କଂଗ୍ରେସ ଶୃଙ୍ଖଳା କମିଟି ମୋକିମ ଓ ଚିରଞ୍ଜୀବଙ୍କୁ ନିଲମ୍ବନ କରିଥିଲା । ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ୨୦୧୯ ଜାନୁଆରୀ ୧୯ରେ ଦଳ ନିଲମ୍ବିତ କରିଥିଲା ।ଆଗକୁ ନିର୍ବାଚନ ଥିବାରୁ ଦଳ ଏହି ତିନି ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି । ଗତକାଲି ପ୍ରଭାରୀ ଅଜୟ କୁମାରଙ୍କୁ ରାଜ୍ୟ ଅତିଥି ଭବନରେ ମୋକିମ ଓ ଚିରଞ୍ଜୀବ ସାକ୍ଷାତ କରିଥିଲେ । ସାଂଗଠନିକ ଆଲୋଚନା ହୋଇଥିଲା ବୋଲି ସୂଚନା ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com