ଓଡ଼ିଶା
ଓଲଟିଲା କଣ୍ଟେନର : ଚାଲିଗଲା ୪୦ ଗୋରୁଙ୍କ ଜୀବନ
![](https://i0.wp.com/odia.mobilenews24x7.com/wp-content/uploads/2024/01/Screenshot-2024-01-22-103009-750x430-1.png?resize=750%2C430&ssl=1)
ସୋନପୁର ବିଶିମୁଣ୍ଡା ଚକରେ ଅଭାବନୀୟ ଘଟଣା ଘଟିଛି। ଏକ ଗୋରୁ ବୋଝେଇ କଣ୍ଟେନର ଓଲଟି ୪୦ ଗୋରୁଙ୍କର ଜୀବନ ଚାଲିଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ ଏକ କଣ୍ଟେନରରେ ବଲାଙ୍ଗିର ଜିଲ୍ଲା ବୁର୍ଡା ଛକ ପଟୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଗୋରୁ ଚାଲାଣ କରାଯାଉଥିଲା।
ହେଲେ ହଠାତ୍ ବିଶିମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା ୪୦ରୁ ଅଧିକ ଗୋରୁଙ୍କର ମୃତ୍ୟୁ ଘଟିଥିଲା। ଏବଂ ଅନ୍ୟ କିଛି ଗୋରୁଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସୋନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ଜଣାପଡିଛି।