Breaking NewsFeaturedରାଜନୀତି

ନୀତୀଶଙ୍କ ‘ଅବିଶ୍ୱାସ’: ବିହାରୀ ସଟ୍ରେ କେନ୍ଦ୍ରର ବ୍ୟାଟିଂ ।

ନୀତୀଶଙ୍କ ଆରମ୍ଭ ହୋଇଛି ୯ମ ଟର୍ମ । ନୂଆ ଟିମକୁ ନେଇ ପୁଣି ଥରେ ସରକାର ଗଢିଛନ୍ତି ନୀତୀଶ କୁମାର । ମେଂଟକୁ ବାଏ ବାଏ କରି ବିଜେପିରେ ସାମିଲ ହୋଇଛନ୍ତି ବିହାରା ବାବୁ । ଆଉ ପଟ ପରିବର୍ତନ ପରେ ଆରଜେଡି ଉପରେ ନେଇଛନ୍ତି ପ୍ରଥମ ଆକ୍ସନ । ବିହାର ବାଚସ୍ପତି ଅୱଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଆସିଛି ଅବିଶ୍ୱାସ ପ୍ରସ୍ତାବ। ତାଙ୍କୁ ବାଚସ୍ପତି ପଦରୁ ହଟାଇବା ପାଇଁ ଏନ୍‌ଡିଏର ନେତାମାନେ ଅବିଶ୍ୱାସ ପ୍ରସ୍ତାବ ଆଣି ବିଧାନସଭା ସେକ୍ରେଟାରୀଙ୍କ ନିକଟକୁ ପଠାଇଛନ୍ତି ନୋଟିସ୍‌ । ବିଜେପି ବିଧାୟକ ନନ୍ଦ କିଶୋର ଯାଦବ, ତାରକିଶୋର ପ୍ରସାଦ, ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଞ୍ଝି, ଜେଡିୟୁର ବିନୟ କୁମାର ଚୌଧୁରୀ, ରତ୍ନେଶ ସାଡା ଓ ଏନ୍‌ଡିଏର ଅନ୍ୟ ବିଧାୟକମାନେ ଅବିଶ୍ୱାସ ପ୍ରସ୍ତାବ ନୋଟିସ୍ ଦେଇଛନ୍ତି । କାରଣ ବାଚସ୍ପତି ଅୱଧ ବିହାରୀ ଚୌଧୁରୀ ହେଉଛନ୍ତି ଜଣେ ଆରଜେଡି ନେତା ।

ଏଠାରେ କହିରଖୁଛୁ ଯେ ଗତ ୨୦୨୨ ଅଗଷ୍ଟରେ ଆରଜେଡି ଓ କଂଗ୍ରେସ ଥିବା ‘ମହାଗଠବନ୍ଧନ’ ସହିତ ମିଶିଥିଲେ ନୀତୀଶ। ସେତେବେଳେ ଏନ୍‌ଡିଏ ସହିତ ସଂପର୍କ ଛିନ୍ନ କରି ସେ ଗଠବନ୍ଧନ’ରେ ସାମିଲ ହୋଇଥିଲେ। ବିଜେପି ତାଙ୍କ ଦଳ ‘ଜେଡିୟୁ’କୁ ଭାଙ୍ଗି ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ନୀତୀଶ ଏହି ପଦକ୍ଷେପ ନେଇଥିଲେ। ହେଲେ ସେହି ଘଟଣାର ୧୮ ମାସ ନପୂରୁଣୁ ସେ ପୁଣି ଏନ୍‌ଡିଏକୁ ଫେରିଛନ୍ତି। ବର୍ତ୍ତମାନ ବିହାରର ଏନ୍‌ଡିଏ ସରକାରରେ ୧୨୮ ଜଣ ବିଧାୟକ ଅଛନ୍ତି। ସଂଖ୍ୟା ଗରିଷ୍ଠତା ପାଇଁ ବିହାରର ବିଧାନସଭାର ମ୍ୟାଜିକ ନମ୍ବର ହେଉଛି ୧୨୨। ତେଣୁ ସରକାରଙ୍କ ପାଖରେ ତା’ ଠାରୁ ୬ଟି ଆସନ ଅଧିକ ରହିଛି।

ଅନ୍ୟପକ୍ଷରେ ଗଠବନ୍ଧନ (ଆରଜେଡି, କଂଗ୍ରେସ ଓ ବାମ ଦଳ) ପାଖରେ ୧୧୪ ଜଣ ବିଧାୟକ ଅଛନ୍ତି। ୨୪୩ଟି ଆସନ ବିଶିଷ୍ଟ ବିହାର ବିଧାନସଭାରେ ଆରଜେଡିର ସର୍ବାଧିକ ୭୯ ଜଣ ବିଧାୟକ ଅଛନ୍ତି। ବିଜେପିର ୭୮ ଜଣ ବିଧାୟକ ଥିବା ବେଳେ ଜେଡିୟୁର ୪୫, କଂଗ୍ରେସର ୧୯, ବାମ ଦଳର ୧୬, ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ୪ ଓ ଏଆଇଏମ୍‌ଆଇଏମ୍‌ ଜଣେ ବିଧାୟକ ଅଛନ୍ତି। ସେହିପରି ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com