ନୀତୀଶଙ୍କୁ ନେଇ କଣ ଭବିଷ୍ୟବାଣୀ କରିଛନ୍ତି ପ୍ରଶାନ୍ତ କିଶୋର, ଦେଖନ୍ତୁ ।

ପୁଣି ପଲଟିବେ ନୀତୀଶ କୁମାର । ବିଜେପି ନେତୃତ୍ୱାଧୀନ ଏନଡିଏର ଛାଡିବେ ହାତ । ୨୦୨୫ନିର୍ବାଚନ ପୂର୍ବରୁ ପୁଣି ବଦଳିଯିବ ସମୀକରଣ । ଅର୍ଥାତ ବିଧାନସଭା ନିର୍ବାଚନ ପର୍ଯନ୍ତ ରହିବ ନାହିଁ ବିଜେପି-ଜେଡିୟୁ ମେଂଟ । କାରଣ ପୁଣି ଥରେ ପଲଟି ଯିବେ ପଲଟୁରାମ । ଲୋକସଭା ଇଲେକ୍ସନର ୬ମାସ ମଧ୍ୟରେ ଘଟିବ ଏହି ପରିବର୍ତନ । ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ରାଜନୀତୀର ରଣନିତୀଜ୍ଞ ପ୍ରଶାନ୍ତ କିଶୋର । ଶୁଣନ୍ତୁ ନୀତୀଶଙ୍କ ଦଳବଦଳ ରାଜନୀତୀ ନେଇ କଣ କହୁଛନ୍ତି ପିକେ ।
ପିକେ ଅହୁରି କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନରେ ୨୦ରୁ କମ ଜେଡିୟୁ ବିଧାୟକ ଜିତିବେ। ଏହା ଲେଖିକି ରଖ। ଯଦି ଏହା ନ ହୁଏ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି। ନୀତୀଶ କୁମାର ଚତୁର ନୁହଁନ୍ତି ବରଂ ଜଣେ ଧୂର୍ତ୍ତ । ସମଗ୍ର ବିହାରର ୧୩ କୋଟି ଲୋକଙ୍କୁ ସେ ବୋକା ବନାଉଛନ୍ତି। ତାଙ୍କୁ ଧୋକା ଦେଉଛନ୍ତି। ଆଗାମୀ ନିର୍ବାଚନରେ ଜନତା ଏହାର ଗୋଟି ଗୋଟି ହିସାବ ନେବେ। ମୁଁ ହିଁ ଏକମାତ୍ର ବ୍ୟକ୍ତି ଯିଏକି ନୀତୀଶ କୁମାର ଯେକୌଣସି ମୁହୂର୍ତ୍ତରେ ପଲଟିପାରନ୍ତି ବୋଲି କହିଥିଲି। ଆଉ ତାହା ପ୍ରମାଣିତ ହୋଇଛି। ନୀତୀଶ କୁମାର ପାଲଟୁରାମ ନୁହଁନ୍ତି ବରଂ ପାଲଟୁରାମଙ୍କ ସରଦାର ବୋଲି କହିଛନ୍ତି ପିକେ । ଏଠାରେ କହିରଖୁଛୁ ଯେ, ରବିବାର ସକାଳେ ଇସ୍ତଫା ଦେଇ ସଂନ୍ଧ୍ୟାରେ ପୁଣି ଶପଥ ନେଇଛନ୍ତି ନୀତୀଶ କୁମାର । ମହାମେଣ୍ଟକୁ ବାଏ ବାଏ କହି ପୁଣି ଥରେ ବିଜେପି କାନି ଧରିଛନ୍ତି ନୀତୀଶ । ଏନ୍ଡିଏ ସମର୍ଥନରେ ପୁଣି ଥରେ ବିହାର ଅକ୍ତିଆର କରିଛନ୍ତି ମୁଖ୍ୟମନ୍ତ୍ରୀ ଆସନ । ଯାହାକୁ ନେଇ ହଲଚଲ ଜାତୀୟ ରାଜନୀତି ।