ଓଡ଼ିଶା
୩୫ଟି ବିଶ୍ୱସ୍ତରୀୟ ବୃହତ୍ ଗୋଦାମ ଘର ନିର୍ମାଣ କରାଯିବ

ଶସ୍ୟ ସଂରକ୍ଷଣ ପାଇଁ ରାଜ୍ୟରେ ସମବାୟ ସ୍ତରରେ ୩୫ଟି ବିଶ୍ୱସ୍ତରୀୟ ବୃହତ୍ ଗୋଦାମ ଘର ନିର୍ମାଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୦ଟି ଗୋଦାମ ଘର ନିର୍ମାଣ ପାଇଁ ସ୍ଥିର ହୋଇଛି ।
ରାଜ୍ୟ ସରକାର ଏଭଳି ବୃହତ୍ ଗୋଦାମଘର ନିର୍ମାଣକୁ ପାଇଲଟ୍ ପ୍ରକଳ୍ପ ଭାବେ ଗ୍ରହଣ କରିଥିବାବେଳେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ୍ , ଜାତୀୟ ସମବାୟ ବିକାଶ ନିଗମ , ଜାତୀୟ କୋଠାବାଡି ନିର୍ମାଣ ନିଗମ ଜରିଆରେ ଏହା କାର୍ୟ୍ୟକାରୀ ହେବ ।