ନିର୍ବାଚନ ଆସିବା ମାତ୍ରେ ନିର୍ବାଚନ ବଣ୍ଡ ବିଷୟରେ ଆଲୋଚନା ଆରମ୍ଭ ହୁଏ । ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ବଣ୍ଡର ଅଡିଟ୍ ରିପୋର୍ଟ ପୁଣି ଥରେ ବାହାରକୁ ଆସିଛି ।
ଭାରତୀୟ ଜନତା ପାର୍ଟି ଏହାର ଅଡିଟ୍ ରିପୋର୍ଟରେ ପ୍ରକାଶ କରିଛି ଯେ, ଗତ ଆର୍ଥିକ ବର୍ଷରେ ନିର୍ବାଚନ ବଣ୍ଡରୁ ୧୨୯୪.୧୪ କୋଟି ଟଙ୍କା ଚାନ୍ଦା ମିଳିଛି । ବର୍ତ୍ତମାନ ସୁଦ୍ଧା ନିର୍ବାଚନ ବଣ୍ଡରୁ ମିଳିଥିବା ଅର୍ଥ ତୁଳନାରେ ଏହା ସର୍ବାଧିକ । ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ଗ୍ରହଣ କରିଥିବା ଚାନ୍ଦାଠାରୁ ଏହା ସାତ ଗୁଣ ଅଧିକ ।