ଓଡ଼ିଶା
ଆର୍ଥିକ ପରିଚାଳନାରେ ପୁଣି ଓଡ଼ିଶାକୁ ସାର୍ଟିଫିକେଟ୍
ଆର୍ଥିକ ପରିଚାଳନାରେ ପୁଣି ଓଡ଼ିଶାକୁ ସାର୍ଟିଫିକେଟ୍ । ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟ ଅନୁସାରେ, ଓଡ଼ିଶାର ଋଣଭାର ଲଗାତାର ଭାବେ ହ୍ରାସ ପାଉଛି । କମୁଛି ଆର୍ଥିକ ବୋଝ ।
ଖୋଲା ବଜାରରୁ ଓଡ଼ିଶା ଋଣ ନଉଠାଇ ବିକାଶମୂଳକ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛି । କ୍ରମାଗତ ଭାବେ ଓଡ଼ିଶା ପାଉଛି ରାଜସ୍ବ ବଳକା ରାଜ୍ୟର ମାନ୍ୟତା । ଭଲ ଆର୍ଥିକ ପରିଚାଳନା ଫଳରେ ଓଡ଼ିଶା ନିଜସ୍ବ ସମ୍ବଳରୁ ବହୁ ଯୋଜନା କରୁଛି । ଯାହା କି ବଡ଼ ସଫଳତା ।