ବାଣିଜ୍ୟ

ଉଠିଯିବ ଟୋଲଗେଟ, ସିଧାସଳଖ ଆଦାୟ ହେବ ଟୋଲ୍ ଟିକସ

ନୂଆଦିଲ୍ଲୀ, ୧୫/୧୧/୨୦୨୨-    ଆଉ ରହିବନି ଟୋଲଗେଟ । ପ୍ରତି ବଦଳରେ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଅତ୍ୟାଧୁନିକ କ୍ୟାମେରା ଏବଂ ସେନସର ସହାୟତାରେ ଟୋଲ ଟିକସ ଆଦାୟ ହେବ । ଏଥିନେଇ ଆଗାମୀ ଦିନରେ ସରକାର ସବୁ ଟୋଲ୍ ପ୍ଲାଜା ହଟାଇ କ୍ୟାମେରା ଲଗାଇବେ । ଏପରି ଏକ ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ । ଦେଶରେ ନୂଆ ଟୋଲ୍ ଟିକସ ନିୟମ ଲାଗୁ ପାଇଁ ସରକାର ଏକ ନୂଆ ବିଧେୟକ ଆଣିବେ । ନୂଆ ନିୟମ ଅନୁସାରେ ଟୋଲ ପ୍ଲାଜା ଥିବା ସ୍ଥାନରେ କ୍ୟାମେରା ଲାଗିବ । କେହି ଚାଳକଙ୍କୁ ଆଉ ପୂର୍ବ ପରି ରାସ୍ତାରେ ଅଟକି ଟିକସ ପୈଠ କରିବାକୁ ପଡିବନାହିଁ ।

କ୍ୟାମେରା ସେନସର ଗାଡିର ନମ୍ବର ପ୍ଲେଟକୁ ଠାବକରି ମାଲିକଙ୍କୁ ଟିକସ ସଂକ୍ରାନ୍ତ ସୂଚନା ପ୍ରଦାନ କରିବ । ଏଥିସହ ନୂଆ ଟେକ୍ନୋଲୋଜି ବଳରେ ଚାଳକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆପେ ଆମେ ଟିକସ କଟିଯିବ । ନୂଆ ବ୍ୟବସ୍ଥାରେ ଗାଡି କିଣିଲା ବେଳେ ନମ୍ବର ସହ ବ୍ୟାଙ୍କ ଆକାଉଣ୍ଟ ଯୋଡାଯିବ । ନିକଟରେ ଦେଶବ୍ୟାପି ସମସ୍ତ ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲାଗିବା ପ୍ରକ୍ରିୟା ଆରମ୍ଭ ହୋଇଛି । କେହି ନମ୍ବର ପ୍ଲେଟ ନ ଲଗାଇ ଟୋଲ୍ ଟିକସ ଦେଉ ନ ଥିଲେ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ସୁଦ୍ଧା ଦେଶରେ ଟୋଲ୍ ଟିକସ ଫାଙ୍କି ପାଇଁ କୌଣସି ପ୍ରକାରର ଦଣ୍ଡ ବ୍ୟବସ୍ଥା ନାହିଁ ।

ନୂଆ ବ୍ୟବସ୍ଥାରେ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଚଳିତ ବ୍ୟବସ୍ଥାରେ କିଛି ସଂଶୋଧନ ମଧ୍ୟ ଆଣିବେ । ଏବେ ଜଣେ ବ୍ୟକ୍ତି ଟୋଲ୍ ରାସ୍ତାରେ ୧୦ କିଲୋମିଟର ଦୂରତା ଯାତ୍ରା କଲେ ବି ତାଙ୍କୁ ସମ୍ପର୍ଣ୍ଣ ୭୫ କିଲୋମିଟରର ରାସ୍ତାର ଫି ଦେବାକୁ ପଡୁଛି, । ଏଣିକି ଜଣେ ବ୍ୟକ୍ତି ଯେତିକି ଯାତ୍ରା କରିବେ ସେହିମତେ ଟିକସ ଭରିବେ । ଏହାଛଡା ଯାନବାହାନ ସଂଖ୍ୟା ବୃଦ୍ଧି , ଦୁର୍ଘଟଣା ହାର କମାଇବା ଆଦିକୁ ଦୃଷ୍ଟିରେ ରଖି ୨୦୨୪ ପୂର୍ବରୁ ଦେଶରେ ୨୬ଟି ଗ୍ରୀନ୍ ଏକ୍ସପ୍ରେସ ୱେ ନିର୍ମାଣ କରାଯିବ । ସଡ଼କ ସୁରକ୍ଷା ଏବଂ ଏହାକୁ ବ୍ୟବସ୍ଥିତ କରିବା ଦୃଷ୍ଟିରୁ ଭାରତକୁ ଆମେରିକା ସହିତ ସମାନ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com