ଓଡ଼ିଶା
କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ୍ ମିଳିବ ବୋଲି ରବିବାର ରାଜ୍ୟ ସରକାର ଘୋଷଣା କରିଛନ୍ତି

କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ୍ ମିଳିବ ବୋଲି ରବିବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ସମ୍ବଲପୁର ଚାରମାଳ ଗସ୍ତରେ ଥାଇ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଯୋଗ ଦେଇ ଏପରି ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏବେ କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ୍ ମିଳିବ। ପୂର୍ବରୁ ମିଳୁଥିବା ୨୫ ପ୍ରତିଶତ ବୋନସ୍କୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିରୁ ରାଜ୍ୟର ୮ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ସରକାର ୯୮ କୋଟି ଖର୍ଚ୍ଚ କରିବେ।