Featuredଓଡ଼ିଶାରାଜନୀତି

ବିଧାନସଭା ପରିସରରେ ଅଶ୍ଵିନୀ ବୈଷ୍ଣବ, ବିଜେପିର ସବୁ ନେତା ଉପସ୍ଥିତ

ରାଜ୍ୟ ସଭା ପାଇଁ ନାମାଙ୍କନ ଭରିଲେ ଅଶ୍ବିନୀ ବୈଷ୍ଣବ। ବୁଧବାର ଅଶ୍ୱିନୀଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଚୟନ କରିଥିଲା ବିଜେପି। ଏହା ପରେପରେ ବିଜେଡି ପକ୍ଷରୁ ଅଶ୍ଵିନୀଙ୍କୁ ସମର୍ଥନ ଘୋଷଣା କରିଥିଲେ ସୁପ୍ରିମୋ। ପରେ ଅଶ୍ଵିନୀ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ଅଶ୍ଵିନୀ। ତେବେ ଗୁରୁବାର ତୃତୀୟ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଅଶ୍ଵିନୀ।

ଏହି ସମୟରେ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିବାବେଳେ ବିଜେଡି ନେତାଙ୍କ ଦେଖା ମିଳିନଥିଲା। ଏଠାରେ କହିରଖୁଛୁ ଯେ ୨୦୧୯ରେ ମଧ୍ୟ ସେ ଓଡ଼ିଶାରୁ ରାଜ୍ୟ ସଭା ପାଇଁ ଚୟନ ହୋଇଥିଲେ ଏବଂ ବିଜେଡି ସମର୍ଥନ ଜଣାଇଥିଲା। ସେପଟେ ଅଶ୍ଵିନୀଙ୍କ ପୂର୍ବରୁ ବିଜେଡି ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କ ନାମ ଘୋଷଣା କରିଥିଲା ଏବଂ ସେମାନେ ନାମାଙ୍କନ ଭରି ସାରିଛନ୍ତି

Related Articles

Back to top button
WP Twitter Auto Publish Powered By : XYZScripts.com