Featuredଓଡ଼ିଶାରାଜନୀତି

ଏକକାଳୀନ ୧୦ରୁ ଅଧିକ ସ୍ଥାନରେ ଇଡିର ରେଡ୍, କାହିଁକି ଦେଖନ୍ତୁ

ବିଧାୟକଙ୍କ ଘରେ ପଶିଲା ପ୍ରବର୍ତନ ନିଦେ୍ର୍ଦଶାଳୟ । ବିଜେଡି ବିଧାୟକଙ୍କ ବାସଭବନରେ ଇଡିର ରେଡ୍ । ଗୁରୁବାର ସକାଳୁ ଭଣ୍ଡାରୀପୋଖରୀ ଏମଏଲଏ ପ୍ରଫୁଲ ସାମଲଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ଭଦ୍ରକ ନୂଆବଜାର ବାସଭବନରେ ଇଡିର ୬ଜଣିଆ ଟିମ୍ ଛାନଭିନ କରିଥିବା ଜଣାପଡିଛି । ଏହାସହ ପ୍ରଫୁଲ ସାମଲଙ୍କ ସଂପର୍କୀୟଙ୍କ ଘରେ ମଧ୍ୟ ଛାପାମାରି କରିଛି ଇଡି । ଏକକାଳୀନ ୧୦ରୁ ଅଧିକ ସ୍ଥାନରେ ଇଡିର ଟିମ୍ ରେଡ କରୁଛନ୍ତି । କୁହାଯାଉଛି ଭଦ୍ରକ ସହରର ୬ଟି ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍‌ କରିଛି।

ଏଠାରେ କହିରଖୁଛୁ ଯେ, ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀଙ୍କୁ ଦୀର୍ଘ ଦିନ ହେଲା ଦରମା ମିଳୁନାହିଁ। ଏନେଇ କର୍ମଚାରୀମାନେ ଅଭିଯୋଗ କରିଥିଲେ। ଏହା ସହ ଅର୍ଥ ହେରଫେର ନେଇ ଅଭିଯୋଗ ହୋଇଥିଲା। ବରପଦା କଲେଜ ଦାୟିତ୍ୱରେ ଥିଲେ ବିଜେଡି ବିଧାୟକଙ୍କ ପୁଅ । ତେଣୁ ଅର୍ଥ ହେରଫେର ଅଭିଯୋଗରେ ଚଢ଼ାଉ କରାଯାଉଥିବା ବେଳେ ବରପଦା ଇଞ୍ଜିନିୟରିଂ କଲେଜର ପର୍ବତନ ଅଧ୍ୟକ୍ଷଙ୍କ ଘରେ ବି ପ୍ରବର୍ତନ ନିଦେ୍ର୍ଦଶାଳୟ ଚଢାଉ କରିଛି । ତେବେ ୨୦କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଏହି ଚଢାଉ କରାଯାଇଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com