ଅନ୍ତର୍ଜାତୀୟ
ପାକିସ୍ତାନ ଭାରତ ବିରୋଧରେ ଏହାର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନା ଧରୁନି

ପାକିସ୍ତାନ ଭାରତ ବିରୋଧରେ ଏହାର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନା ଧରୁନି। ପୁଣି ଥରେ ସୀମାରୁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ପାକିସ୍ତାନର ହାତ ରହିଛି।
ଗୁପ୍ତଚର ଏଜେନ୍ସିରୁ ସୂଚନା ପାଇବା ପରେ ବିଏସଏଫ ଏକ ସତର୍କ ସୂଚନା ଜାରି କରିଛି। ସୂଚନା ଦେଇ ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପ୍ରାୟ ୨୫୦ ରୁ ୩୦୦ ଆତଙ୍କବାଦୀ ପାକିସ୍ତାନ ସୀମାରୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି।