ଅନ୍ତର୍ଜାତୀୟ
ଯୁଦ୍ଧ, ଅନିଶ୍ଚିତତା ଓ ଅସ୍ଥିରତା ପାଇଁ ବିଶେଷ ଭାବେ ପ୍ରଭାବିତ ହେଉଛି ବିଶ୍ୱର ଅର୍ଥବ୍ୟବସ୍ଥା
ଯୁଦ୍ଧ, ଅନିଶ୍ଚିତତା ଓ ଅସ୍ଥିରତା ପାଇଁ ବିଶେଷ ଭାବେ ପ୍ରଭାବିତ ହେଉଛି ବିଶ୍ୱର ଅର୍ଥବ୍ୟବସ୍ଥା । ଏନେଇ ଚିନ୍ତାପ୍ରକାଶ କରିଛନ୍ତି ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ନାଗୋଜି ଓକୋଞ୍ଜୋ ଇୱେଲା ।
ଋଷ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ମଧ୍ୟରେ ଲଢେଇ କାରଣରୁ ବିଶ୍ୱ ବଜାରରେ ଏହାର ପ୍ରଭାବ ପଡିଛି । ପେଟ୍ରୋଲ, ଡିଜେଲ ଖାଦ୍ୟ ଏବଂ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ଘଟୁଛି । ଅନେକ ଦେଶର ଅର୍ଥ ବ୍ୟବସ୍ଥା ଦେବାଳିଆ ସ୍ଥିତିକୁ ମଧ୍ୟ ଚାଲି ଆସିଲାଣି ।