ବିଜ୍ଞାନ ଓ ପ୍ରଯୁକ୍ତି

ନିଲାମ ହେଲା ୫-ଜି ସ୍ପେକ୍ର୍ଟମ; ସେପ୍ଟେମ୍ବର ସୁଦ୍ଧା ଦେଶରେ ମିଳିବ ୫ଜି ସେବା

ନୂଆଦିଲ୍ଲୀ, ୨୬/୦୭/୨୦୨୨- ମଙ୍ଗଳବାର ୫-ଜି ସ୍ପେକ୍ର୍ଟମ ୨୦ ବର୍ଷର ବୈଧତା ସହ ମୋଟ ୭୨ ହଜାର ୯୭ ଦଶମିକ ୮୫ ମେଗାହର୍ଜ ସ୍ପେକ୍ର୍ଟମ ପାଇଁ ନିଲାମ ହୋଇଛି । ଚଳିତଥର ୫-ଜି ନିଲାମରେ ୪.୩ ଲକ୍ଷ କୋଟି ଟଙ୍କାର ୭୨,୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମ ହୋଇଛି । ଏଥିରେ ସରକାର ୬୦୦ ମେଗାହର୍ଜ୍ଜ, ୭୦୦ ମେଗାହର୍ଜ୍ଜ ଏବଂ ୩୩୦୦ ମେଗାହର୍ଜ୍ଜ ସହିତ ଅନେକ ବ୍ୟାଣ୍ଡରେ ବିକ୍ରି ପାଇଁ ୫ଜି ଏୟାରୱେଭ୍ ରଖାଯାଇଛି। ନିଲାମ ନିମ୍ନ, ମଧ୍ୟମ ଓ ହାଇ ଫ୍ରିକ୍ବେନସି ବ୍ୟାଣ୍ଡରେ ହେବ । ୫ଜି ସ୍ପେକ୍ଚ୍ରମ ଦ୍ୱାରା ୪ଜି ଠାରୁ ଦଶଗୁଣା ଅଧିକ ଫାଷ୍ଟ ସର୍ଭିସ ମିଳିବ । ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ ୫ଜି। ୨-ଜି ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, ୩ଜି ସେବାରେ ୨ ଘଣ୍ଟା ଏବଂ ୪ଜିରେ ୪୦ ମିନିଟ ଲାଗୁଥିଲା, ଏବେ ୫ ଜିରେ ସେହି ଫାଇଲ ଡାଉନଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ। ଦୂରସଞ୍ଚାର କ୍ଷେତ୍ରର ୩ ପ୍ରମୁଖ ଘରୋଇ କମ୍ପାନୀ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ନିଲାମରେ ଅଂଶଗ୍ରହଣ କରିବାକୁ ମଧ୍ୟ ଆବେଦନ କରିଛନ୍ତି । ଏଥିରେ ଚତୁର୍ଥ ଆବେଦନକାରୀ ଭାବେ ଆଦାନୀ ଗ୍ରୁପ ରହିଛି। ଦୁଇ ମାସ ତଳେ ଭାରତରେ ୫-ଜି ଟେକନୋଲଜିର ସଫଳ ପରୀକ୍ଷଣ ହୋଇଥିବା ବେଳେ, ଆଜି ସ୍ପେକ୍ଟ୍ରମ ନିଲାମୀ ହେବାକୁ ଯାଉଛି । ଲୋ, ମିଡ୍ ଓ ହାଇ ଫ୍ରିକ୍ୟୁଏନ୍ସ ବ୍ୟାଣ୍ଡ୍ ୨୬ ଗିଗାହର୍ଜ ପାଇଁ ନିଲାମୀ ହେବ। ୫-ଜି ନେଟଓ୍ୱର୍କ ଯୋଗାଯୋଗ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ୫ଜି ସେବା ମିଳିବ ବୋଲି ଆଶା ରଖାଯାଇଛି। ଜିଓ, ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ, ଆଦାନୀ ଗ୍ରୁପ ଏହି ରେସ୍‌ରେ ସାମିଲ ହୋଇ ୨୧ ହଜାର ୪ଶହ କୋଟି ଟଙ୍କାର ଟୋକନ୍ ମନି ଦାଖଲ କରିଛନ୍ତି। ରିଲାଏନ୍ସ ଜିଓ ଇନଫୋକମ୍ ୧୪ ହଜାର କୋଟି, ଭାରତୀ ଏୟାରଟେଲ୍ ୫ ହଜାର ୫ ଶହ କୋଟି, ଆଦାନୀ ଗ୍ରୁପ ୧୦୦ କୋଟି ଏବଂ ଭୋଡାଫୋନ୍ ଆଇଡିଆ ୨୨ଶହ କୋଟି ଟଙ୍କା ଇଏମଡି ଦାଖଲ କରିଛନ୍ତି। ଏହି ଇଏମଡି ଦାଖଲ ରାଶି ଉପରେ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଥିବା କମ୍ପାନୀମାନଙ୍କ ପାଇଁ ଅନ୍ତିମ ନିର୍ଦ୍ଧାରିତ ୫ଜି ସ୍ପେକ୍ଟ୍ରମ ଦର ନିର୍ଦ୍ଧାରିତ ହେବ। ଇଏମଡି ଦାଖଲ ହିସାବରେ ପଏଣ୍ଟ ତାଲିକାରେ ଯୋଗ୍ୟ ପ୍ରାର୍ଥୀ ଭାବେ ରିଲାଏନ୍ସ ଜିଓ ୧ ଲକ୍ଷ ୫୯ ହଜାର ୮୩୦ ପଏଣ୍ଟ ହିସାବରେ ଆଗରେ ରହିଛି। ୬୬ ହଜାର ୩୩୦ ପଏଣ୍ଟ ସହ ଏୟାରଟେଲ ଦ୍ୱିତୀୟ, ୨୯ ହଜାର ୩୭୦ ପଏଣ୍ଟ ସହ ଭୋଡାଫୋନ୍ ଆଇଡିଆ ତୃତୀୟ ଓ ଅଦାନୀ ଡାଟା ନେଟଓ୍ୱର୍କ ୧୬୫୦ ପଏଣ୍ଟ ସହ ତାଲିକାର ଶେଷରେ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com