ଜାତୀୟରାଜନୀତି

କି ସୁଯୋଗ ଉଣ୍ଡୁଛି ବିଜେପି? କେଉଁ ଇସାରା ଦେଉଛି ଗେରୁଆ ବାହିନୀ । ରହସ୍ୟ ଦେଖନ୍ତୁ

୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏଥିରେ ୧୯୫ ପ୍ରାର୍ଥୀଙ୍କ ନାଁ ରହିଛି । ଏହି ତାଲିକାରେ ୧୬ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଂଚଳର କିଛି ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ଦଳ । ଆଉ ପରବର୍ତୀ ପର୍ଯ୍ୟାୟରେ ଅନ୍ୟ ସବୁ ରାଜ୍ୟର ନେତାଙ୍କ ନାଁ ଘୋଷଣା ହେବ । କିନ୍ତୁ ବଡ କଥା ହେଉଛି, ଏହି ତାଲିକାରୁ ବାଦ୍ ପଡିଛନ୍ତି ଅନେକ ବଡ ବଡ ରାଜ୍ୟ । ଯେମିତି କି ଏହି ତାଲିକାରେ ନାହିଁ ଓଡିଶାର ନାଁ । ଏହାସହ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଞ୍ଜାବ ଭଳି ବଡ ବଡ ରାଜ୍ୟ ବି ବଂଚିତ ଅଛନ୍ତି । ତେବେ ଏହିସବୁ ରାଜ୍ୟରେ କାହିଁକି ପ୍ରଥମ ପର୍ଯ୍ୟାରେ ହେଲାନି ଜଣେ ମାତ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା । କଣ ରହିଛି କାରଣ । ରହିଛି କି ଭିତିରି ସମୀକରଣ । ଆସନ୍ତୁ ନଜର ପକାଇବା ।

ବିଜେପିର ପ୍ରାର୍ଥୀ ତାଲିକାକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ, ଯେଉଁଠି ବିଜେପିର ଆଲାଏନ୍ସ ବା ଗଠବନ୍ଧନ ରହିଛି, କିମ୍ବା ଆଂଚଳିକ ଦଳର ସହଯୋଗ ରହିଛି ନଚେତ୍ ଆାଗକୁ ମେଂଟ ହେବାର ସମ୍ଭାବନା ରହିଛି , ସେହି ସବୁ ରାଜ୍ୟରେ ଘୋଷଣା ହୋଇନି ପ୍ରାର୍ଥୀଙ୍କ ନାଁ । ଅର୍ଥାତ୍ ମହାରାଷ୍ଟ୍ର ଓ ବିହାରରେ ଆଲାଏନ୍ସ କରିଛି ବିଜେପି । ଗୋଟିଏ ପଟେ ମହାରାଷ୍ଟ୍ରରେ ଉଦ୍ଧବ ଗୋଷ୍ଠୀକୁ ଚେକ୍ ଦେଇ ଏକନାଥ ସିନେ୍ଧଙ୍କ ସହ ଏକପ୍ରକାର ମିଶ୍ରିତ ସରକାର ରହିଛି । ଏହାସହ ଅଜିତ ପାୱାରଙ୍କ ଏନସିପି ମଧ୍ୟ ସାମିଲ ରହିଛି । କିନ୍ତୁ ସରତ ପାୱାରଙ୍କ ପାଟକୁ ନିଜଆଡକୁ ଟାଣିବାକୁ ଦଳର ଭିତିରି ବୁଝାମଣା ଚାଲିଥିବା ଚର୍ଚ୍ଚା ହେଉଛି । ସେହିପରି ବିହାରରେ ନୀତୀଶ କୁମାରଙ୍କ ଜେଡିୟୁ ସହ ଗଠବନ୍ଧନ କରିଛି ଦଳ । ଏଥିପାଇଁ କେମିତି ସିଟ ଭାଙ୍ଗବଂଟା ତାହା ସ୍ଥିର ହୋଇନଥିବାରୁ ଏହି ୨ରାଜ୍ୟକୁ ତାଲିକାରୁ ବାଦ୍ ଦିଆଯାଇଛି । ସେପଟେ ଓଡିଶା ଓ ଆନ୍ଧ୍ରପ୍ରଦେଶ କଥା ଦେଖିଲେ ଏଠାରେ ବିଜେପିକୁ ରହୁଛି ଆଂଚଳିକ ଦଳର ସହଯୋଗ । ଓଡିଶାରେ ବିଜୁ ଜନତା ଦଳର ସପୋର୍ଟ ବିଜେପିକୁ ରହିଥିବା କୁହାଯାଉଛି ।

ଏପରିକୁ ଆଗକୁ ହୁଏତ ମେଂଟ ହୋଇ ପାରେ ବୋଲି ସମ୍ବାବନା ଥିବା ଚର୍ଚ୍ଚା ଜୋର ଧରିଛି । ତେଣୁ ଓଡିଶାକୁ ଜାଣି ଶୁଣି ସ୍ଥଗିତ ରଖାଯାଇଥିବା କୁହାଯାଉଛି । ସେହିପରି ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପାର୍ଟି ଓଏସଆରସିପିର ସମର୍ଥନ ରହିଥିବା କୁହାଯାଉଛି । କାରଣ ଭଉଣୀ ଶର୍ମିଳା କଂଗ୍ରେସର ହାତ ଧରିବା ପରେ ଅଡୁଆରେ ପଡିଛନ୍ତି ଜଗନ । ଏମିତକିି ପୂର୍ବରୁ କୁହାଯାଉଥିଲା କି କୁଆଡେ ଢଳିବେ ମୁଖ୍ୟମନ୍ତ୍ରୀ । ଭଉଣୀ ଶର୍ମିଲା ନା ବିଜେପି । ଏହାକୁ ନେଇ ଦ୍ୱନ୍ଦ୍ୱ ରହିଛି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜେପି ଆଡକୁ ଢଳିବା ସମ୍ଭାବନା ଅଧିକ ରହିଛି । ତେଣୁ ଟିଡିପି ସହ ମେଂଟ ନେଇ ସ୍ପଷ୍ଟ ହୋଇ ନଥିବାରୁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ଆଉଟ୍ ହୋଇଛି ଆନ୍ଧ୍ର । ଅନ୍ୟପଟେ ପଞ୍ଜାବ କଥା କହିଲେ ସେଠାରେ ବି ଆଂଚଳିକ ଦଳ ଶିରୋମଣି ଅକାଳି ଦଳ ସହ ମେଂଟ ନେଇ ଆଲୋଚନା ହେଉଛି । ତେଣୁ ପଂଜାବ ପ୍ରଥମ ପର୍ଯ୍ୟାୟରୁ ବାଦ ପଡିଛି । ତେବେ ସେ ଯାହା ବି ହେଉ ଗୋଟିଏ ପରେ ଗୋଟିଏ ରାଜ୍ୟରେ ନିଜର କାୟା ବିସ୍ତାର କରିବା ପାଇଁ ବିଜେପି ଚଳାଇଛି ମହାଅସ୍ତ୍ର । ଏଥିପାଇଁ ବଡ ଗୋଟିଚାଳନା କରୁଥିବା ରାଜନୈତିକ ମହଲରେ କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com