ଓଡ଼ିଶା
ବରିଷ୍ଠ ନାଗରିକମାନଙ୍କୁ ପୂର୍ବାପେକ୍ଷା ଅଧିକ ସୁବିଧା ସୁଯୋଗ ମିଳିବ
ବରିଷ୍ଠ ନାଗରିକମାନଙ୍କୁ ପୂର୍ବାପେକ୍ଷା ଅଧିକ ସୁବିଧା ସୁଯୋଗ ମିଳିବ। ସେଥିପାଇଁ ରାଜ୍ୟ ସରକାର ଓଡ଼ିଶା ବରିଷ୍ଠ ନାଗରିକ ନୀତି-୨୦୧୬ରେ ସଂଶୋଧନ କରିବାକୁ ଯାଉଛନ୍ତି।
ଏଥିପାଇଁ ଏକ ପରାମର୍ଶଦାତା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠିର ସହଯୋଗରେ ଅନୁଷ୍ଠିତ ଏହି ବୈଠକରେ ସଂଶୋଧିତ ନୀତି ପ୍ରଣୟନ ନିମନ୍ତେ ବ୍ୟାପକ ବିଚାରବିମର୍ଶ ହୋଇଛି।