ଓଡ଼ିଶା

୨୦ ତାରିଖରେ ପୁରୀ ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି, ବିଶ୍ବ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ

ପୁରୀ() ଆସନ୍ତା ୨୦ ତାରିଖରେ ପୁରୀ ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶ୍ରୀ ଚୈତନ୍ୟ ଗଉଡିଆ ମଠ ଓ ଗୈଡିୟ ମିଶନର ପ୍ରତିଷ୍ଠାତା ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ବର୍ଷପୂର୍ତ୍ତି ଆବିର୍ଭାବ ମହୋତ୍ସବର ଶୁଭ ଉଦଘାଟନୀ ଉତ୍ସବ ତଥା ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେବେ ରାଷ୍ଟ୍ରପତି। ଏଥିପାଇଁ ମଠ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ଶରଧାବାଲିରେ ଏନେଇ ଏକ ଅଧିବେଶନ ଆୟୋଜନ ହେବ। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ତାଙ୍କ କୈାଳିକ ପଣ୍ଡା ଅବଗତ ହେବା ପରେ  ବେଶ୍ ଉତ୍ସାହିତ ଥିବା କହିଛନ୍ତି। ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ନିର୍ଦ୍ଧିଷ୍ଟ ସୂଚି ଆସିବା ପରେ ସୁରକ୍ଷା ଓ ଦର୍ଶନ ବ୍ୟବସ୍ଥା ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବିଶ୍ବ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି। ଏହାକୁ ନେଇ ମଠ ପକ୍ଷରୁ ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି। ମଠର କାର୍ଯ୍ୟ ସୂଚି ଅନୁଯାୟୀ ଆସନ୍ତା ୧୯ରେ ନଗର ସଂକୀର୍ତ୍ତନ ଏବଂ କାର୍ଯ୍ୟକ୍ରମର ସନ୍ଧ୍ୟା ଅଧିବେଶନ ଅନୁଷ୍ଠିତ ହେବ। ଏହାପରେ ୨୦ ତାରିଖ ଦିନ ଶରଧାବାଲିରେ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ଏହାପୂର୍ବରୁ ବଡ଼ଦାଣ୍ଡରେ ଥିବା ଗୈାଡିଆ ମଠରେ  ରାଷ୍ଟ୍ରପତି ପହଞ୍ଚି ଭକ୍ତିସିଦ୍ଧାନ୍ତ ସରସ୍ଵତୀ ଗୋସ୍ବାମୀ ପ୍ରଭୁପାଦଙ୍କୁ ଅର୍ଘ୍ୟ ଏବଂ ପୂଷ୍ପାଞ୍ଜଳୀ ଅର୍ପଣ କରିବେ ବୋଲି ମଠ ପକ୍ଷରୁ କୁହାଯାଇଛି।

ପୂର୍ବରୁ ୨୦୧୮ ମାର୍ଚ୍ଚ ୧୮ ତାରିଖ ଓ ପରେ ୨୦୨୧ ମାର୍ଚ୍ଚ ୨୨ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଥର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତେବେ ଏଥର ରାଷ୍ଟ୍ରପତି ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଥିବାରୁ ଏହାକୁ ନେଇ ତାଙ୍କ କୈାଳିକ ପଣ୍ଡା ନାରାୟଣ ଗୋଛିକାର ବେଶ ଆନନ୍ଦିତ ଥିବା କହିଛନ୍ତି।‌ ପୂର୍ବରୁ ରାଷ୍ଟ୍ରପତି ପୁରୀ ଆସିଥିବା ସମୟରେ ତାଙ୍କୁ ତାମ୍ର ପତ୍ର ସମେତ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରଦାନ କରିଥିଲେ ନାରାୟଣ ଗୋଛିକାର। ତେବେ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଦର୍ଶନ ପାଇଁ ଯିବା ସମୟରେ ପ୍ରଶାସନ ପକ୍ଷରୁ ଯାହା କିଛି ନିର୍ଦ୍ଦେଶ ରହିବ ତାହାକୁ ଅନୁପାଳନ କରିବେ ବୋଲି କହିଛନ୍ତି କୈାଳିକ ପଣ୍ଡା। ସେପଟେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ଏପର୍ଯ୍ୟନ୍ତ କୌଣସି ସୂଚୀ ପ୍ରଶାସନ ପାଖକୁ ଆସିନଥିଲେ ମଧ୍ୟ ମହାମହିମଙ୍କ ସୁରକ୍ଷା ଓ ଦର୍ଶନ ବ୍ୟବସ୍ଥା ନେଇ ସବୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

Related Articles

Back to top button
WP Twitter Auto Publish Powered By : XYZScripts.com