ଜାତୀୟ

ଜୁଲାଇରେ କୋଇଲା ଉତ୍ପାଦନରେ ୧୧ ପ୍ରତିଶତ ବୃଦ୍ଧି

ମୌସୁମୀ ପରେ ବିଜୁଳିର ଚାହିଦା ଅଧିକ ରହିବା ଆଶଂକାରେ କେନ୍ଦ୍ର ସରକାର କୋଇଲା ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଲଗାତାର ପ୍ରୟାସ କରୁଛନ୍ତି । କୋଇଲା ମନ୍ତ୍ରଣାଳୟ ଡାଟା ଅନୁସାରେ କୋଇଲାର ମୋଟ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୧ ପ୍ରତିଶତ ଅଧିକ ରହିଛି । ଅନ୍ୟପଟେ ଏହି ସମୟରେ ୨୪ଟି କୋଇଲା ଖଣିରେ ୧୦୦ ପ୍ରତିଶତି ଉତ୍ପାଦନ ଦେଖିବାକୁ ମିଳିଛି । ମୌସୁମୀ ସମୟରେ ଖଣିରେ ପାଣି ଭର୍ତ୍ତି ହେବା କାରଣରୁ କୋଇଲା ଉତ୍ପାଦନ ଏବଂ ରପ୍ତାନୀ ଉପରେ ପ୍ରଭାବ ପକାଇଥାଏ । ପରେ ପାର୍ବଣ ସମୟରେ ବିଜୁଳିର ଚାହିଦା ବୃଦ୍ଧି ପାଇବା ସହ ପ୍ଲାଣ୍ଟର ଷ୍ଟକ ହ୍ରାସ ପାଇଥାଏ। ଏହାକୁ ନଜରରେ ରଖି ସରକାର ଚଳିତ ବର୍ଷ ଏହି ଅସୁବିଧାକୁ ଦୂରେଇବା ପାଇଁ ପ୍ରୟାସ କରୁଛନ୍ତି ।

୨୦୨୨ ଜୁଲାଇରେ କୋଇଲାର ମୋଟ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୧.୩୭ ପ୍ରତିଶତ ବୃଦ୍ଧି ସହ ୬ କୋଟି ଟନ ପାର କରିଛି । ଗତ ବର୍ଷ ଜୁଲାଇରେ ମୋଟ ୫.୪ କୋଟି ଟନ କୋଇଲା ଉତ୍ପାଦନ ହୋଇଥିଲା । ଅନ୍ୟପଟେ ଦେଶର ସବୁଠୁ ବଡ଼ ୨୪ଟି କୋଇଲା ଖଣିରୁ ଉତ୍ପାଦନ ୧୦୦ ପ୍ରତିଶତ ରହିଛି । ଅନ୍ୟ ୭ଟି ଖଣିରୁ ଉତ୍ପାଦନ ୮୦ରୁ ୧୦୦ ପ୍ରତିଶତ ମଧ୍ୟରେ ରହିଛି । ସେହିପରି ଜୁଲାଇରେ କୋଇଲା ସ୍ଥାନାନ୍ତର ୮.୫୧ ପ୍ରତିଶତ ବଢି ୬.୭୮ କୋଟି ଟନ ପହଞ୍ଚିଛି । ବିଜୁଳିର ଚାହିଦା ବୃଦ୍ଧି ଯୋଗୁଁ ପୱାର ପ୍ଲାଣ୍ଟ ଗୁଡିକୁ ପଠାଯାଉଥିବା କୋଇଲା ୧୭ ପ୍ରତିଶତ ବୃଦ୍ଧି ପାଇ ୫.୮୪ କୋଟି ଟନ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com