ଓଡ଼ିଶା

ଜାଗର ପାଇଁ ଗାଇଡଲାଇନ ଜାରି କଲେ SRC

ଭୁବନେଶ୍ୱର() ମହାଶିବରାତ୍ରି ଜାଗର ପାଇଁ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) । ମନ୍ଦିର, ମେଳା, ମହୋତ୍ସବ ଆଦିରେ ପ୍ରବଳ ଜନ ସମାଗମ ହେବାର ଆଶଙ୍କା ଥିବାରୁ ସମସ୍ତଙ୍କୁ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କୋଭିଡ୍ ପ୍ରୋଟୋକଲ ଫଲୋ କରିବାକୁ ଜନସାଧାରଣଙ୍କୁ ଏସଆରସିଙ୍କୁ ପକ୍ଷରୁ କୁହାଯାଇଛି ।

ଏପରି ସ୍ଥିତିରେ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି । ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର, ପୋଲିସ କମିଶନରଙ୍କୁ କଟକଣା ଲାଗୁ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସିବା ବେଳେ ସାମାଜିକ ଦୂରତା ରକ୍ଷା ସହ କୋଭିଡ୍ ନିୟମକୁ ମାନିବାକୁ କୁହାଯାଇଛି । ଗତବର୍ଷ ଜାଗର ଅବସରରେ ଶ୍ରଦ୍ଧାଳୁଙ୍କୁ ଏକତ୍ରିତ ହୋଇ ଦୀପ ଜାଳିବାକୁ ବାରଣ କରାଯାଇଥିଲା । ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଭକ୍ତମାନେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ । ଚଳିତ ବର୍ଷ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com