ଓଡ଼ିଶା
ଗତ କିଛି ବର୍ଷ ଭିତରେ ଓଡ଼ିଶା ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରଗତି ହୋଇଛି
ଗତ କିଛି ବର୍ଷ ଭିତରେ ଓଡ଼ିଶା ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରଗତି ହୋଇଛି। ଫଳରେ ଏହା ଦେଶର ତ୍ରୟୋଦଶ ବୃହତ୍ ଅର୍ଥନୀତି ଭାବେ ଉଭା ହୋଇଛି। ଏକ୍ଷେତ୍ରରେ ପଞ୍ଜାବ ଓ ବିହାରଠାରୁ ଓଡ଼ିଶା ଆଗରେ ରହିଛି।
୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାକୁ ଏହି ସଫଳତା ମିଳିଥିବା ରେଟିଂ ଏଜେନ୍ସି ଇଣ୍ଡିଆ ରେଟିଙ୍ଗ୍ସର ଏକ ରିପୋର୍ଟରୁ ଜଣାପଡ଼ିଛି।