ସୁପ୍ରିମକୋର୍ଟରେ ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ମାମଲା: CJI କହିଲେ- ଯୁଦ୍ଧ ବିରାମ ପାଇଁ ଆମେ ପୁଟିନକୁ ନିର୍ଦ୍ଦେଶ ଦେଇପାରିବୁ କି ?

ନୂଆଦିଲ୍ଲୀ() ଦିନ ବିତିବା ସହ ୟୁକ୍ରେନ ଏବଂ ରୁଷ ଯୁଦ୍ଧ ଅଧିକ ଭୟଙ୍କର ହେବାରେ ଲାଗିଛି । ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ । ଏହାରି ମଧ୍ୟରେ ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଜନ ସ୍ୱାର୍ଥ ମମଲା ଦାଖଲ ହୋଇଛି। ଏହି ମାମଲାରେ ଚିନ୍ତା ବ୍ୟକ୍ତ କରି ଜଣେ ଆଇନଜୀବୀ ଛାତ୍ରଛାତ୍ରୀଙ୍କୁ ଯଥାଶୀଘ୍ର ସୁରକ୍ଷିତ ଉଦ୍ଧାର କରିବାକୁ ଦାବି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ଏହି ଅବସରରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି, ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର କାମ କରୁଛନ୍ତି।
A lawyer approaches Supreme Court seeking directions to Govt of India for the evacuation of Indian students stranded in Ukraine.
A bench headed by CJI Ramana says that the Government of India is doing its work to evacuate Indians. pic.twitter.com/725FXLjlFA
— ANI (@ANI) March 3, 2022
ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି, ଛାତ୍ରଛାତ୍ରୀଙ୍କ ପ୍ରତି ଆମର ସମବେଦନା ରହିଛି କିନ୍ତୁ କୋର୍ଟ ଏଥିରେ କିଛି କରିପାରିବେ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି, ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବା ପାଇଁ ଆମେ ନିର୍ଦ୍ଦେଶ ପାରିବୁ ନାହୁଁ । ଏହା ଆମ ଅଧିକାରୀ ସୀମା ବାହାରେ । ଭାରତ ସରକାର ଆବଶ୍ୟକତୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପ୍ରସଙ୍ଗରେ ଆଉ କଣ ଅଧିକ କରାଯାଇପାରିବ ସେ ନେଇ କୋର୍ଟ ଆଟର୍ଣ୍ଣି ଜେନେରାଲାଙ୍କୁ ପ୍ରଶ୍ନ କରିଥିଲେ।
A lawyer approaches Supreme Court seeking directions to Govt of India for the evacuation of Indian students stranded in Ukraine.
A bench headed by CJI Ramana says that the Government of India is doing its work to evacuate Indians. pic.twitter.com/725FXLjlFA
— ANI (@ANI) March 3, 2022
ୟୁକ୍ରେନରେ ଫସି ରହିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଥିବା ଆବେଦନକାରୀଙ୍କ ଓକିଲ କହିଥିଲେ । ଛାତ୍ରଛାତ୍ରୀଙ୍କୁ ରୋମାନିଆ ବର୍ଡରରୁ ଉଦ୍ଧାର କରାଯାଉ ନାହିଁ । ୟୁକ୍ରେନ ସୀମାରେ ସମସ୍ତ ଫସି ରହିଛନ୍ତି ଏବଂ ରୋମାନିଆ ଆସିବାକୁ ସେମାନଙ୍କୁ ଦିଆଯାଉନାହିଁ।
ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଲ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ରୋମାନିଆ ପଠାଯାଇଛି । ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସରକାର ସବୁ କିଛି କରୁଛନ୍ତି। ଶୀଘ୍ର ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ।