Georgian soldiers take part in a ceremony ahead of the joint Georgian-U.S. military training exercise "Agile Spirit 2013" at the Vaziani military base outside Tbilisi on Monday, March 18, 2013. A group of 350 U.S. Marine Corps and the 23rd Battalion of the II Infantry Brigade will take part in the joint training exercise until April 29, according to the official website of the Georgian Defence Ministry.(AP Photo/Shakh Aivazov)
ନୂଆଦିଲ୍ଲୀ () ୪୮ ଘଣ୍ଟା ଭିତରେ ୟୁକ୍ରେନ ଛାଡିବା ଲାଗି ଆମେରିକୀୟଙ୍କୁ ନିର୍ଦ୍ଦେଶ । ଖୁବ୍ ଶୀଘ୍ର ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବାକୁ ଯାଉଛି ବୋଲି ଆଲର୍ଟ ଜାରି କରିଛନ୍ତି ଆମେରିକା ହ୍ବାଇଟ୍ ହାଉସ ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ୍ ସୁଲିଭାନ । ଯେକୌଣସି ମୁହୂର୍ତ୍ତରେ ଋଷ ସିରିଜ ବୋମାମାଡ ଓ କ୍ଷେପଣାସ୍ତ୍ର ମାଡ଼ କରିବ ବୋଲି ସେ ଚେତାବନୀ ଦେଇଛନ୍ତି । ଚୀନରେ ଓ୍ବିଣ୍ଟର ଅଲିମ୍ପିକ୍ସ ଚାଲିଥିବା ଯୋଗୁ ଆକ୍ରମଣ କରିବାର ସମ୍ଭାବନା ନାହିଁ ବୋଲି ଯାହା କୁହାଯାଉଛି, ତାହାକୁ ଅଗ୍ରାହ୍ୟ କରିଛନ୍ତି ସୁଲିଭାନ । ଫେବ୍ରୁଆରୀ ୨୦ରେ ଅଲିମ୍ପିକ୍ସ ସରୁଥିଲେ ବି ତା ପୂର୍ବରୁ ଏହି ଆକ୍ରମଣ ଘଟିବ ବୋଲି ସେ ସୂଚନା ଦେଇଛନ୍ତି । ଏପରିକି ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭିନ୍ନ ଧରଣର ଓ ଅତି ଭୟଙ୍କର ହେବ ଏବଂ ରାଜଧାନୀ କିଏଭ ପ୍ରଥମ ଟାର୍ଗେଟ ହେବ ବୋଲି ସେ ସତର୍କ କରାଇଛନ୍ତି । ଆକ୍ରମଣରେ ଅନେକ ଲୋକ ମୃତାହତ ହେବାର ଆଶଙ୍କା ଥିବାରୁ ଦେଶ ଛାଡିବା ଲାଗି ଡେଡଲାଇନ ଦେଇଛି ଆମେରିକା ।
ସେହିପରି ଯୁଦ୍ଧରୁ ଦୂରେଇ ରହିବା ଲାଗି ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଶେଷ ଅନୁରୋଧ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ସାମରିକ ଜେନେରାଲ ମାର୍କ ମିଲେ ମଧ୍ୟ ଯୁଦ୍ଧ ଟାଳିବା ଲାଗି ଋଷ ଜେନେରାଲ ଭାଲେରି ଜେର୍ସିମଭଙ୍କ ସହ ଆଲୋଚନା କରିଛନ୍ତି । ମାତ୍ର ସେପରି କୌଣସି ଅଗ୍ରଗତି ପରିଲକ୍ଷିତ ହୋଇନାହିଁ । ସେପଟେ ୟୁକ୍ରେନରୁ ଅନେକ ଦେଶର ଦୂତାବାସ କର୍ମଚାରୀ ପଳାୟନ କରିବା ଆରମ୍ଭ କରିଛନ୍ତି । ତୈଳ ଦର ଯଥେଷ୍ଟ ବଢିଥିବାବେଳେ ଷ୍ଟକ ମାର୍କେଟ ମଧ୍ୟ ଭୁଶୁଡିବାରେ ଲାଗିଛି । ଆମେରିକୀୟ ଇକ୍ୟୁଟିର ବ୍ୟାପକ ଅବମୂଲ୍ୟାୟନ ହୋଇଛି । ସମ୍ଭାବ୍ୟ ଯୁଦ୍ଧର ମୁକାବିଲା ଲାଗି ୟୁରୋପର ବିଭିନ୍ନ ରାଷ୍ଟ୍ରରେ ୮୦ ହଜାରରୁ ଅଧିକ ମାର୍କିନ ସୈନ୍ୟଙ୍କୁ ମୁତୟନ କରାଯାଇଛି ।
ତେଣେ ୧୯୮୬ରେ ଭୟଙ୍କର ଆଣବିକ ବିପର୍ଯ୍ୟୟର କାରଣ ସାଜିଥିବା ଚେର୍ଣ୍ଣୋବିଲ୍ ଆଣବିକ କାରଖାନାର ପରିତ୍ୟକ୍ତ କୋଠା ଗୁଡିକରେ ସମରାଭ୍ୟାସ ଜାରି ରଖିଛି ୟୁକ୍ରେନ । ସେଠାରେ ହଜାର ହଜାର ୟୁକ୍ରେନ ସୈନ୍ୟ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରିବା ଦେଖାଯାଇଛି । ସବୁଠାରୁ ଅଧିକ ସମସ୍ୟାରେ ପଡିଛନ୍ତି ଛାତ୍ରଛାତ୍ରୀ । ୟୁକ୍ରେନରେ ବିଶ୍ବର ୧୫୮ ରାଷ୍ଟ୍ରର ପ୍ରାୟ ୮୦ ହଜାର ଛାତ୍ରଛାତ୍ରୀ ମେଡିକାଲ, ଇଞ୍ଜିନୟରିଂ ସମେତ ଅନ୍ୟ ବିଷୟରେ ପଢୁଛନ୍ତି । କେବଳ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ ହଜାର । ସେମାନଙ୍କ ଭବିଷ୍ୟତ ନେଇ ଏବେ ଗଭୀର ଚିନ୍ତାରେ ପରିବାର । କୋଭିଡ ଯୋଗୁ ପାଠପଢା ପ୍ରଭାବିତ ହୋଇଥିବା ବେଳେ ଏବେ ସମ୍ଭାବ୍ୟ ଯୁଦ୍ଧ ସେମାନଙ୍କ ଭବିଷ୍ୟତକୁ ଛାରଖାର କରିବାର ଆଶଙ୍କା ସୃଷ୍ଟି ହୋଇଛି ।