ଅନ୍ତର୍ଜାତୀୟ

ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି

ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭ ଜଣ ଆହତ ହୋଇଥିବାବେଳେ ୬୦୦ ଘର କ୍ଷତିଗ୍ରସ୍ତ ହୋଇଥିବା ତାଲିବାନର ମୁଖପାତ୍ର ଅବଦୁଲ୍ଲାହ ଜନାନ୍‌ ସୈକ୍‌ ସୂଚନା ଦେଇଛନ୍ତି।

ସେହିପରି ବନ୍ୟାରେ ୨୦୦ରୁ ଅଧିକ ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଛି। ବନ୍ୟା ପ୍ରଭାବରେ ୮୫ କିଲୋମିଟର ରାସ୍ତା ଓ ୮୦୦ ହେକ୍ଟର କୃଷିଜମି କ୍ଷତିଗ୍ରସ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com