ଅନ୍ତର୍ଜାତୀୟ
ମାଲେସିଆ ନୌସେନାର ୨ଟି ହେଲିକପ୍ଟର ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି

ମାଲେସିଆ ନୌସେନାର ୨ଟି ହେଲିକପ୍ଟର ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରୟାଲ ମାଲେସିଆନ୍ ନାଭାଲ ପରେଡ୍ ପାଇଁ ପେରାକର ଲୁମୁଟ୍ ନୌସେନା ଘାଟିରେ ସାମରିକ ଅଭ୍ୟାସ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ନୌସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଧକ୍କା ପରେ ଗୋଟିଏ ହେଲିକପ୍ଟର ନୌସେନା ଘାଟିର ଟ୍ରାକ୍ରେ ଖସିପଡ଼ିଥିବାବେଳେ ଅନ୍ୟଟି ଏକ ସୁଇମିଂ ପୁଲ୍ରେ ଖସିପଡ଼ିଥିଲା।