ଓଡ଼ିଶା
ମେଡିକାଲ କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର
ମେଡିକାଲ କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟର ମେଡିକାଲ କଲେଜରେ ଆରମ୍ଭ ହେବ ପିଜି ପାଠ୍ୟକ୍ରମ ।
ଏଥିସହିତ ପିଜି ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏନେଇ ନ୍ୟାସନାଲ ମେଡିକାଲ ଆୟୋଗର ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିସହିତ ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜମାନଙ୍କୁ ଚିଠି ପଠାଯାଇଥିବା ଜଣାପଡ଼ିଛି।