ଭୁବନେଶ୍ୱର: ଓଡିଶାରୁ କିଏ ଯିବେ ରାଜ୍ୟସଭା । ଏନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ବୁଧବାର ଘୋଷଣା ହୋଇଛି ନିର୍ବାଚନ ତାରିଖ । ସେପ୍ଟମ୍ବର ୩ରେ ହେବ ରାଜ୍ୟସଭା ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଉପ ନିର୍ବାଚନ ପାଇଁ ଅଗଷ୍ଟ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆଶାୟୀ ପ୍ରାର୍ଥୀମାନେ ଅଗଷ୍ଟ ୨୧ ମଧ୍ୟରେ ନାମାଙ୍କନ ଭରିପାରିବେ । ସେହିପରି ଅଗଷ୍ଟ ୨୬ ଓ ୨୭ ଦୁଇ ଦିନ ନାମାଙ୍କନ ପ୍ରତ୍ୟାହାର ପାଇଁ ରଖାଯାଇଛି। ଏଥିମଧ୍ୟରୁ ଓଡିଶା ପାଇଁ ପ୍ରତ୍ୟାହାର ତାରିଖ ୨୭ ରହିଛି । ତେଣୁ ଆବଶ୍ୟକ ପଡ଼ିଲେ ସେପ୍ଟେମ୍ବର ୩ରେ ହେବ ଭୋଟ ଗ୍ରହଣ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଆସାମ, ବିହାର ଏବଂ ମହାରାଷ୍ଟ୍ରରର ଦୁଇଟି ଲେଖାଏଁ ଆସନ ପାଇଁ ଉପନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ହରିଆଣା ଓ ତେଲଙ୍ଗାନାର ଗୋଟିଏ ଲେଖାଏ ଆସନ ମିଶାଇ ମୋଟ୍ ୧୨ଟି ଆସନ ପାଇଁ ଉପ ନିର୍ବାଚନ ହେବ । ଓଡିଶାରୁ ମମତା ମହାନ୍ତ ନିକଟରେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ଏବେ ତାଙ୍କ ସ୍ଥାନରେ କିଏ ପ୍ରାର୍ଥୀ ହେଉଛନ୍ତି ନା ବିଜେପିରେ ମିଶିଲା ପରେ ତାଙ୍କୁ ପୁଣି ରାଜ୍ୟସଭାକୁ ଟିକେଟ୍ ଦିଆଯାଉଛି ତାହା ଉପରେ ନଜର ରହିଛି ।
Related Articles
Check Also
Close