Featuredଓଡ଼ିଶାଜାତୀୟରାଜନୀତି

ପତାକା ଉତ୍ତୋଳନ ପାଇଁ ରାଜ୍ୟ ସରକାରଙ୍କ ସଜବାଜ l

ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ l

ଭୁବନେଶ୍ୱର: ଦେଶ ପାଳିବ ୭୮ ତମ ସ୍ୱାଧୀନତା ଦିବସ । ଏଥିପାଇଁ ରାଜ୍ୟସ୍ତରୀୟ ପାଳନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ତେବେ ଏଥର ସ୍ୱାଧୀନତା ଦିବସ ପାଳିବ ନୂଆ କରି ସରକାର ଗଢ଼ିଥିବା ବିଜେପି । ଏହି ପରିପ୍ରେକ୍ଷୀରେ କି’ଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ନୂଆପଡ଼ାରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ପତାକା ଉତ୍ତୋଳନ କରିବାର କାର୍ୟ୍ୟକ୍ରମ ରହିଛି । ଏପରିକି କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ । କଳାହାଣ୍ଡିରେ ମନ୍ତ୍ରୀ ସୁରେଶ ପୂଜାରୀ ପତାକା ଉତ୍ତୋଳନ କରିବାର କାର୍ୟ୍ୟକ୍ରମ ରହିଥିବା ବେଳେ ସୁନ୍ଦରଗଡ଼ରେ ରବି ନାରାୟଣ ନାଏକ ପତାକା ଉତ୍ତୋଳନ କରିବେ।

ସେହିପରି କୋରାପୁଟରେ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁରରେ କୃଷ୍ଣଚନ୍ଦ୍ର ପାତ୍ର, ଗଞ୍ଜାମରେ ପୃଥ୍ବୀରାଜ ହରିଚନ୍ଦନ, ବରଗଡ଼ରେ ମୁକେଶ ମହାଲିଙ୍ଗ, ଗଜପତିରେ ବିଭୂତି ଭୂଷଣ ଜେନା, ବାଲେଶ୍ୱରରେ କୃଷ୍ଣଚନ୍ଦ୍ର ମହାପାତ୍ର, ବଲାଙ୍ଗୀରରେ ଗଣେଶ ରାମସିଂ ଖୁଣ୍ଟିଆ, ମାଲକାନଗିରିରେ ସୂର୍ୟ୍ୟବଂଶୀ ସୂରଜ, ଖୋର୍ଦ୍ଧାରେ ପ୍ରଦୀପ ବଳସାମନ୍ତ, କନ୍ଧମାଳରେ ଗୋକୁଳାନନ୍ଦ ମଲ୍ଲିକ, ରାୟଗଡ଼ାରେ ସମ୍ପଦ ଚନ୍ଦ୍ର ସ୍ବାଇଁ ପ୍ରମୁଖ ପତାକା ଉତ୍ତୋଳନ କରିବାର କାର୍ୟ୍ୟକ୍ରମ ରହିଛି। ତେବେ ପୁରୀ, ସମ୍ବଲପୁର, କେନ୍ଦୁଝର, ଅନୁଗୋଳ, ଜଗତସିଂହପୁର, ଝାରସୁଡ଼ା, ମୟୂରଭଞ୍ଜ, ସୋନପୁର, ସୋନପୁର, ଢ଼େଙ୍କାନାଳ, ଭଦ୍ରକ, ବୌଦ୍ଧ, ଦେବଗଡ଼, ଯାଜପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ରେ ଜାତୀୟ ପତାକା ଉତ୍ତୋଳନ କରିବେ ଜିଲ୍ଲାପାଳ । ଷ୍ଟିଲ୍‌ ସିଟି ରାଉରକେଲାରେ ସୁନ୍ଦରଗଡ଼ ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ୟ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com