Uncategorizedଜାତୀୟରାଜନୀତି

ମୋଦି ସରକାରଙ୍କ ଯୋଜନାରେ ପାଣି ଢାଳି ଦେଲେ ରାହୁଲ ଓ ଇଣ୍ଡିଆ ମେଣ୍ଟ: ଖଡଗେ

ନୂଆ ଦିଲ୍ଲୀ: ବିଜେପି ଉପରେ ଭାରି ପଡୁଛନ୍ତି କି ବିରୋଧୀ । କାହିଁକି ବାରମ୍ବାର ନଉଁଛନ୍ତି ମୋଦି ସରକାର । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର । ବିଶେଷ କରି ଲାଟେରାଲ ଏଂଟ୍ରି ନେଇ ବିଜେପି ପଛକୁ ଘୁଞ୍ଚିବା ପରେ ରାଜନୈତିକ ମହଲରେ ଏମିତି କିଛି ଆଲୋଚନା ଚାଲିଛି ।

ସେପଟେ ସରକାରୀ ପଦପଦବୀ ପାଇଁ ୟୁପିଏସସି ଜାରି କରିଥିବା ଲାଟେରାଲ ଏଣ୍ଟ୍ରୀ ବିଜ୍ଞପ୍ତି ବାତିଲ ହେବା ପରେ ଏହାକୁ ସ୍ୱାଗତ କରିଛି କଂଗ୍ରେସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହାକୁ ସାମାଜିକ ନ୍ୟାୟ ବିରୋଧରେ ଲଢ଼େଇ ବୋଲି କହିଛନ୍ତି । ଏହି ଲଢ଼େଇର ନେତୃତ୍ୱ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଇଣ୍ଡିଆ ମେଣ୍ଟର ନେଉଥିବା ସେ ଦାବି କରିଛନ୍ତି ।

ଲାଟେରାଲ ଏଣ୍ଟ୍ରୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ବାତିଲ କରିବା ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ୟୁପିଏସ୍‌ସି ଅଧ୍ୟକ୍ଷଙ୍କୁ କହିବା ପରେ ଖଡଗେଙ୍କ ବୟାନ ସାମ୍ନାକୁ ଆସିଛି । ଏନେଇ ଟ୍ୱିଟ କରି ଖଡଗେ କହିଛନ୍ତି, “ସମ୍ବିଧାନର ବିଜୟ । ଆମର ଦଳିତ, ଆଦିବାସୀ, ପଛୁଆ ଓ ଦୁର୍ବଳ ବର୍ଗଙ୍କୁ ସମାଜିକ ନ୍ୟାୟ ଦେବା ପାଇଁ କଂଗ୍ରେସର ଲଢ଼େଇ ବିଜେପିର ସଂରକ୍ଷଣ ଛଡ଼ାଇ ନେବା ଯୋଜନାରେ ପାଣି ପକାଇ ଦେଇଛି ।

ଲାଟେରା ଏଣ୍ଟ୍ରୀକୁ ନେଇ ମୋଦି ସରକାରଙ୍କ ଚିଠି ଏହା ଦର୍ଶାଉଛି ଯେ ଏକଛତ୍ରବାଦୀ ସରକାରର ଅଂହକାରକୁ ସମ୍ବିଧାନର ଶକ୍ତି ହରାଇ ପାଇରିବ । ରାହୁଲ ଗାନ୍ଧି, କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପାଇଁ ସରକାର ଗୋଟିଏ ପାଦ ପଛକୁ ଘୁଞ୍ଚିଛନ୍ତି । କିନ୍ତୁ ଯେତେବେଳ ଯାଏ ବିଜେପି ଓ ଆରଏସଏସ କ୍ଷମତାରେ ରହିଛନ୍ତି ସେତେବେଳ ଯାଏ ସେମାନେ ସଂରକ୍ଷଣ ଛଡ଼ାଇ ନେବାକୁ ନୂଆ ନୂଆ ଭେଳିକି ଦେଖାଇବେ । ଏଥିପାଇଁ ସମସ୍ତେ ସତର୍କ ରହିବା ଦରକାର।”

Related Articles

Back to top button
WP Twitter Auto Publish Powered By : XYZScripts.com