ଭୁବନେଶ୍ୱର: ଚତୁର୍ଥ ଦିନରେ ବି ଚାଲିପାରିଲାନି ଗୃହ । ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା ଯୋଗୁ ଆଜି ବି ବିଧାନସଭା ଅଚଳ । ଫଳରେ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ତେବେ ପ୍ରଶ୍ନକାଳ ଆରମ୍ଭରୁ ପୋଡିୟମ ପାଖରେ ଯାଇ ହୋହାଲ୍ଲା କରିଥିଲେ ବିରୋଧୀ ସଦସ୍ୟ । ଗୃହର ମଧ୍ୟଭାଗକୁ ଆସି ଉଭୟ ବିଜେଡି ଓ କଂଗ୍ରେସର ସଦସ୍ୟମାନେ ହଙ୍ଗାମା କରିଥିଲେ ।
ଚିକିଟି ମଦ ମୃତୁ୍ୟ ମାମଲାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତପା ଦାବି କରି ନାରାବାଜି ଦେଇଥିଲେ ବିଧାୟକ । କେବଳ ସେତିକି ନୁହେଁ ଗୃହରେ ବିଜେଡି ବିଧାୟକଙ୍କ ତୁମୁଳକାଣ୍ଡ ଓ ଅରାଜକାତା ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଯାଇଥିଲେ ବିଜେଡି ବିଧାୟକ ।
ସୋର ବିଧାୟକ ମାଧବ ଧଡା ଓ ଦେବଗଡ ବିଧାୟକ ରୋମାଂଚ ବିଶ୍ୱାଳ ମାଇକ ଛଡେଇବାକୁ ଉଦ୍ୟମ କରିଥିଲେ । ତେଣୁ ଜଣେ ମହିଳା ବାଚସ୍ପତିଙ୍କ ଆଗରେ ଏଭଳି ଆଚରଣ ଶୋଭନିଅ ନୁହେଁ ବୋଲି ବିଶାରଦଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।