ଓଡ଼ିଶାଜାତୀୟ

ସରକାରୀ କର୍ମଚାରୀଙ୍କ ପାଇଁ ପେନ୍ସନ୍ ଯୋଜନାରେ ଆସିଛି ନୂଆ ନିୟମ, କଣ ଜଣାନ୍ତୁ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ବଡ ଖବର । ଏନେଇ ମୋଦୀ ସରକାର ନୂତନ ପେନ୍ସନ୍ ଯୋଜନାରେ ସୁଧାରର ଆଣିବାକୁ ଯାଇ ସରକାର ୟୁନିଫାଇଡ୍ ପେନ୍ସନ୍ ଯୋଜନାକୁ ଅନୁମୋଦନ କରିଛନ୍ତି।

କେନ୍ଦ୍ରର ମୋଦୀ ସରକାର ନୂତନ ପେନ୍ସନ୍ ଯୋଜନାରେ ଉନ୍ନତି ଆଣିବା ପାଇଁ ଡକ୍ଟର ସୋମନାଥ କମିଟି ଗଠନ କରାଯାଇଥିଲା। ବିସ୍ତୃତ ଆଲୋଚନା ପରେ ଏହି କମିଟି ରିପୋର୍ଟ ଉପସ୍ଥାପନ କରିଛି।

କେନ୍ଦ୍ର କ୍ୟାବିନେଟର ସଂକ୍ଷିପ୍ତ ସୂଚନା ଦେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ୟୁନିଫାଇଡ୍ ପେନ୍ସନ୍ ସ୍କିମ୍ ଘୋଷଣା ମଧ୍ୟ ଅନ୍ତର୍ଭୁକ୍ତ। ଚାକିରୀ ପରେ ଅବସର ପ୍ରାପ୍ତ ପେନ୍ସନ୍କୁ ଧ୍ୟାନରେ ରଖି ଏହି ଯୋଜନାକୁ ଲାଗୁ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com