ଓଡ଼ିଶା

ମଣିଷ ଦେହକୁ ଡେଇଁଲା ବାର୍ଡ ଫ୍ଲୁ ! ଜଣେ ଚିହ୍ନଟ! ଲକ୍ଷଣ କଣ, ଜାଣନ୍ତୁ

ଭୁବନେଶ୍ୱର: କୁକୁଡା ପରେ ଏବେ ମଣିଷ ଦେହରେ ବାର୍ଡ ଫ୍ଲୁ । ଅର୍ଥାତ ମଣିଷକୁ ଡେଇଁଛି ଏହି ଫ୍ଲୁ । ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ଏବେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି ।

ଏଥିରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି । ସମ୍ପୃକ୍ତ ବ୍ୟକ୍ତି ରାପିଡ଼ ରିସେପ୍ସନ ଟିମର ଜଣେ ବ୍ୟକ୍ତି ବୋଲି ଜଣାପଡିଛି। ତେବେ ପୁରୀ ଜିଲ୍ଲାରେ ଏବେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ପିପିଲି ବ୍ଲକରେ ହଜାର ହଜାର ସଂଖ୍ୟାରେ କୁକୁଡା ମରାଚାଲିଛି । ସ୍ବାସ୍ଥ୍ୟ ବିଭାଗ ଟିମ୍ ଏବଂ ଆଶା କର୍ମୀ ଫାର୍ମଗୁଡିକୁ ଚିହ୍ନଟ କରି କୁକୁଡା ମରା ଅଭିଯାନ ଜାରି ରଖିଥିବା ବେଳେ ସତର୍କ କରାଉଛନ୍ତି ।

ତେବେ ଏହାରି ମଧ୍ୟରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ପିପିଲି ବ୍ଲକ ମଙ୍ଗଳପୁରର ଜଣେ ବ୍ୟକ୍ତିଙ୍କ ଶରୀରରେ ବାର୍ଡ ଫ୍ଲୁ ଭାଇରସ ଥିବା ସନ୍ଦେହ କରାଯାଉଛି । ତାଙ୍କ ଠାରେ ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ ଦେଖାଯାଇଥିଲା । ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଯାହାକୁ ନେଇ ଚିନ୍ତା ବଢିଛି । ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢାଇ ଦିଆଯାଇଛି । ୧ କିଲୋମିଟର ଭିତରେ ଓ ୧ ରୁ ୧୦ କିଲୋମିଟର ଭିତରେ ଦୁଇ ଥାକିଆ ସର୍ଭେଲାନସ କରାଯାଇଛି । ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟକୁ ଆସିଛି ।

ତେବେ ଏହି ବାର୍ଡ ପ୍ଲୁ ହେଲେ କେଉଁସବୁ ଲକ୍ଷଣ ଦେଖାଯାଏ ନଜର ପକାନ୍ତୁ । ମଣିଷକୁ ବାର୍ଡ ଫ୍ଲୁ ହେଲେ ପ୍ରଥମେ ରୋଗୀଙ୍କୁ ଜ୍ୱର ହୋଇଥାଏ । ଏହା ସହ ତଣ୍ଟି ଦରଜ ହୁଏ । ପରେ ନିମୋନିଆ ହେବାର ଆଶଙ୍କା ରହିତାଏ । ଆଉ ଏମିତି ଲକ୍ଷଣ ଦେଖାଗଲେ ତୁରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com