ଓଡ଼ିଶାରାଜନୀତି

ବିଜେଡି ବିଧାୟକ ଅରୁଣଙ୍କୁ କଟାକ୍ଷ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, କାହିଁକି ଜଣାନ୍ତୁ

ଭୁବନେଶ୍ବର: ବିଧାନସଭାରେ ପ୍ରଶ୍ନ ପଚାରି ଫଶିଗଲେ ବିଜେଡି ବିଧାୟକ ଅରୁଣ ସାହୁ । ଗୃହରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ କଟାକ୍ଷ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପୂର୍ବ ସରକାରଙ୍କୁ କଟାକ୍ଷ କରି ଦୋଷ ଲଦିଲେ ରାଜସ୍ବ ମନ୍ତ୍ରୀ ।

ରାଜ୍ୟରେ ଆରଆଇ ଏବଂ ଅମିନଙ୍କ ପଦବୀ ଖାଲି ପଡିବା ଏବଂ ନିଯୁକ୍ତି ନେଇ ପ୍ରଶ୍ନ କରିଥିଲେ ଅରୁଣ । ହେଲେ ତାଙ୍କ ପ୍ରଶ୍ନର କଟାକ୍ଷ କରି ଉତ୍ତର ଦେଇଥିଲେ ରାଜସ୍ବ ମନ୍ତ୍ରୀ । ମନ୍ତ୍ରୀ କହିଥିଲେ, ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି ।

ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି କହି କଟାକ୍ଷ କରିଥିଲେ ସୁରେଶ ପୂଜାରୀ । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି । ପଦବୀ ପୂରଣ ପାଇଁ OSSSCକୁ ବିଜ୍ଞାପନ ଦେଇ ପରୀକ୍ଷା କରି ନିଯୁକ୍ତି କରିବାକୁ କୁହାଯାଇଛି ।

ଏବେ ରାଜ୍ୟର ଚାରୋଟି ଇନଷ୍ଟିଚ୍ୟୁଟ୍ ଥିବା ବେଳେ ଜୟପୁରରେ ଖୁବଶୀଘ୍ର ଆଉ ଗୋଟିଏ ଇନଷ୍ଟିଚ୍ୟୁଟ କାର୍ୟ୍ୟକ୍ଷମ ହେବାକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ୫ ବର୍ଷ ଭିତରେ ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com