ଓଡ଼ିଶା

ନିଖୋଜ ନାବାଳିକାର ମୃତ ଦେହ ଉଦ୍ଧାର, ଜଣେ ଅଟକ, ତଦନ୍ତ କରୁଛି ପୁଲିସ

ବାଲେଶ୍ୱର: ୩ ଦିନହେଲା ନିଖୋଜ ଥିଲେ ନାବାଳିକା । ଏନେଇ ନାବାଳିକା ନିଖୋଜ ଥିବା ପରିବାର ତରଫରୁ ଥାନାରେ ହୋଇଥିଲା ଅଭିଯୋଗ। ଆଜି ଅର୍ଥାତ ଶୁକ୍ରବାର ବାଲେଶ୍ବର ରେମୁଣାରେ ଥିବା ବାଲେଶ୍ଵର ଆଲୋଏଜ ନିକଟରେ ନିଖୋଜ ନାବାଳିକାର ଗଳିତ ମୃତ ଦେହ ଉଦ୍ଧାର କଲା ପୋଲିସ ।

ହେଲେ ତିନିଦିନ ହେଲା ଏକ ପରିତ୍ୟକ୍ତ ବନ୍ଦ କୋଠରୀ ଭିତରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ସେଠାରେ ତୁରନ୍ତ ପୋଲିସ ପହଞ୍ଚି ବନ୍ଦ କୋଠରୀ ଭିତରୁ ନାବାଳିକାଙ୍କ ମୃତଦେହ ଜବତ କରିଛି l ପୋଲିସ ଘର ଭିତରୁ ନିଖୋଜ ଥିବା ନାବାଳିକା ମୃତଦେହ ଉଦ୍ଧାର କରିଛି ।

ସାଇଣ୍ଟଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ । ନଅ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣକୁ ଅଟକ ରଖି ପଚରା ଉଚରା କରୁଛି l ଉକ୍ତ ଯୁବକଜଣଙ୍କ ସ୍ଥାନୀନ ଅଞ୍ଚଳର ହୋଇଥିବାବେଳେ ପଥରରେ ଛେଚି ହତ୍ୟା କରିଥିବା କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com