ଓଡ଼ିଶାରାଜନୀତି

ମମତା ମହାନ୍ତଙ୍କ ରାସ୍ତାରେ ୱାଏସଆରସିପି ସାଂସଦ । ବିଜେପି-ଟିଡିପି ଲିଙ୍କରେ ୮ଏମପି!

ଆନ୍ଧ୍ରପ୍ରଦେଶ: ପୁଣି ରାଜ୍ୟସଭାରେ ବଡ ଗେମ୍ ଖେଳିଲା ବିଜେପି । ଓଡିଶା ସ୍ଥିତି ଆନ୍ଧ୍ରରେ ରିପିଟ୍ । ମମତା ମହାନ୍ତଙ୍କ ରାସ୍ତାରେ ୱାଏସଆର କଂଗ୍ରେସର ୨ସାଂସଦ । କେବଳ ସେତିକି ନୁହେଁ, ଆହୁରି ୮ଏମପି ବିଜେପି-ଟିଡିପି ଯୋଗଯୋଗରେ ଥିବା କୁହାଯାଉଛି ।

ତେଣୁ ଓଡିଶା ପରେ ଆନ୍ଧ୍ରରେ ଅପରେସନ ଲୋଟସ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଥିପାଇଁ ଜଗନମୋହନ ରେଡ୍ଡୀଙ୍କ ପାର୍ଟି ୱାଏସଆର ସିପିକୁ ଲାଗିଛି ବଡ ଝଟକା ।

ଦଳରୁ ୨ଜଣ ରାଜ୍ୟ ସଭା ଏମପି ଦେଇଛନ୍ତି ଇସ୍ତଫା । ଶିଳ୍ପପତିରୁ ରାଜନେତା ହୋଇଥିବା ବିଦା ମସ୍ତାନ ରାଓ ଯାଦବ ଏବଂ ଭେଙ୍କଟରମଣା ରାଓ ମୋପିଦେବୀ ରାଜ୍ୟସଭା ଅଧ୍ୟକ୍ଷ ଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଥିବା ବେଳେ ଧନକଡ଼ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ।

ତେବେ ଭେଙ୍କଟରମଣାଙ୍କ କାର୍ୟ୍ୟକାଳ ୨୦୨୬ ଯାଏ ଥିବା ବେଳେ ତା’ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଉଭୟ ଖୁବଶୀଘ୍ର ଟିଡିପିରେ ଯୋଗ ଦେଇପାରନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁହେଁ ଭେଟି ଦଳରେ ସାମିଲ ହେବା ପାଇଁ ଇଚ୍ଛାବ୍ୟକ୍ତ କରିଥିବା କୁହାଯାଉଛି ।

ଉପନର୍ବାଚନରେ ବିଧା ମସ୍ତାନ ରାଓଙ୍କୁ ପୁଣି ଥରେ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯାଇପାରେ ଚର୍ଚ୍ଚା ହେଉଛି । ସେହିପରି ମୋପିଦେବୀ ବିନା କୌଣସି ସର୍ତ୍ତରେ ଟିଡିପିରେ ସାମିଲ ହୋଇପାରନ୍ତି ।

ସେହିପରି ଜଗନଙ୍କ ଦଳର ୮ଜଣ ରାଜ୍ୟ ସଭା ସଦସ୍ୟ ଦଳ ଛାଡି ପାରନ୍ତି । ଚାରିଜଣ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପିରେ ଯୋଗ ଦେବାକୁ ଯାଉଥିବାବେଳେ ଅନ୍ୟ ଚାରିଜଣ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେପଟେ ଟିଡିପିର ରାଜ୍ୟସଭା ଗଣିତ ଦେଖିଲେ, ବର୍ତ୍ତମାନ ସମୟରେ କୌଣସି ସାଂସଦ ନାହାନ୍ତି । ୱାଇଏସଆରସିପି ସାଂସଦଙ୍କ ଇସ୍ତଫା ପରେ ଟିଡିପି ପୁଣି ଥରେ ରାଜ୍ୟସଭାରେ ଏଣ୍ଟ୍ରି କରିବ । ରାଜ୍ୟସଭା ଉପନିର୍ବାଚନରେ ଟିଡିପି ସମସ୍ତ ଆସନରେ ବିଜୟୀ ହେବା ନିଶ୍ଚିତ ।

Related Articles

Back to top button
WP Twitter Auto Publish Powered By : XYZScripts.com