ଓଡ଼ିଶା

ଦେଶୀ ମଦ ପିଇ ମାତାଲ ଶିକ୍ଷକ । ଭିଡ଼ିଓ ହେଉଛି ଭାଇରଲ।

ନବରଙ୍ଗପୁର: ଦିନକୁ ଦି ମଦ ମୃତ୍ୟୁ ହାର ବଢ଼ିବାରେ ଲାଗିଛି l ଏନେଇ ପ୍ରେତ୍ୟକ ଦିନ ବିରୋଧୀ ବିଧାନସଭାରେ ସରକାରଙ୍କୁ ପ୍ରଶ୍ନବାଣରେ ଘେରିବା ଦେଖିବା ପାଇଁ ମିଳୁଛି l ଠିକ ଏହି ସମୟରେ ଶିକ୍ଷକ ଜଣଙ୍କ ଦେଶୀ ମଦ ପିଇ ମାତାଲ ହୋଇ ପ୍ରାଥମିକ ବିଦ୍ୟାଳୟରେ ଶୋଇଛନ୍ତି l

ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ପଞ୍ଚାୟତ ଭୁରୁକାମହୁଲିରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଭୁରୁକାମହୁଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟ୍ରେନିଂ ପାଇଁ ହାଟବରଣ୍ଡି ଯାଇଥିବା ବେଳେ ସହକାରୀ ଶିକ୍ଷକ ଧନିରାମ ଗଣ୍ଡଙ୍କୁ ବିଦ୍ୟାଳୟ ଦାଇତ୍ୱ ଦିଆଯାଇଥିଲା l

କିନ୍ତୁ ଶିକ୍ଷକ ଧନିରାମ ଗଣ୍ଡ ଦେଶୀ ମଦ ପିଇ ମାତାଲ ହୋଇ ପିଲାଙ୍କ ବସିବା ପାଇଁ ଉଦ୍ଧିଷ୍ଟ ସତରଞ୍ଜକୁ ଗୋଡେଇ ହୋଇ ଶୋଇଥିଲେ । ତେବେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ତ ଦୂରର କଥା, ପିଲାଙ୍କ ଉପସ୍ଥାନ ମଧ୍ୟ ପକେଇ ନଥିଲେ ।

ଫଳରେ କିଛି ଗ୍ରାମବାସୀ ପହଂଚି ଥିଲେ, ବିଦ୍ୟାଳୟକୁ ଶିକ୍ଷକ ଜଣକ ଅନନ୍ତ ଶୟନ ଠାଣିରେ ଶୋଇ ଗ୍ରାମବାସୀଙ୍କ ସହ ଆଲୋଚନା କରୁଥିଲେ l ଏହାକୁ ଭିଡିଓ କରି ଭାଇରଲ କରିଥିଲେ ଗ୍ରାମବାସୀ l ଏହି ଭିଡିଓ ଏବେ ଘୁରି ବୁଲୁଛି ଗୋଟିଏ ମୋବାଇଲ ରୁ ଅନ୍ୟ ମୋବାଇଲକୁ l

ଏହି ସମ୍ପର୍କରେ ରାଇଘର BEO ଈଶ୍ୱର ମାଝୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନଥିବା କହିଛନ୍ତି l ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି । ଗୋଟେ ଶିକ୍ଷକ କୁନି କୁନି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ କରି କିପରି ତାଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ ସେଦିଗରେ ଦୃଷ୍ଟି ଦେଇ ପାଠ ପଢାଇବା ଆବଶ୍ୟକ l

କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଏପରି ଶିକ୍ଷକ ଜଣକ ଦେଶୀ ମଦ ପିଇ ବେହୋସ ହୋଇ ବିଦ୍ୟାଳୟରେ ଶୋଇବେ l ତାହେଲେ ଛାତ୍ରଛାତ୍ରୀଙ୍କ କିପରି ଭବିଷ୍ୟତ ଉନ୍ନତି ହେବ ସେ ନେଇ ଏବେ ବୁଦ୍ଧି ଯିବି ମହଲରେ ଜୋର ଚର୍ଚ୍ଚା।

Related Articles

Back to top button
WP Twitter Auto Publish Powered By : XYZScripts.com