ଓଡ଼ିଶାରାଜନୀତି

ନବୀନଙ୍କ ପ୍ରଶ୍ନରେ ଚିହିଁଙ୍କିଲେ ମୋହନ, କହିଁକି ଜାଣନ୍ତୁ

ଭୁବନେଶ୍ୱର: ଗୃହ ବିଭାଗ ଖର୍ଚ୍ଚଦାବିକୁ ନେଇ ମୋହନ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀଦଳ ନେତା ନବୀନ l ବାଲେଶ୍ବର ଏବଂ ଜଟଣୀରେ ସାମ୍ପ୍ରଦାୟିକ ହିଂସା କଥା ଉଠାଇ ମୋହନ ସରକାରଙ୍କୁ ଟାର୍ଗେଟ୍‌ । ରଥଯାତ୍ରା ସମୟରେ ନାନା ଅବ୍ୟବସ୍ଥା, ମହାପ୍ରଭୁ ବଳଭଦ୍ର ତଳେ ପଡ଼ିଯିବା କଥା ଉଠାଇଛନ୍ତି ନବୀନ।

ଏଥିସହିତ ଚିକିଟି ମଦ ମୃତ୍ୟୁ ଏବଂ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ନବୀନ କଡ଼ା ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି, ମୋ’ ସରକାରରେ ଆଇନ ବିଶୃଙ୍ଖଳା ହୋଇନଥିଲା l ବର୍ତ୍ତମାନ ଏସବୁ ଘଟଣା ଚିନ୍ତାଜନକ ଅଟେ । ଯେକୌଣସି ପରିସ୍ଥିତିରେ ଓଡ଼ିଶାରେ ଶାନ୍ତି ବଜାୟ ରହିବା ଦରକାର ବୋଲି କହିଛନ୍ତି ନବୀନ ।

ସେହିପରି ଭୁବନେଶ୍ୱର କ’ଣ ପ୍ରକୃତରେ ସ୍ମାର୍ଟସିଟି ବୋଲି ଶନିବାର ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ସମସ୍ତ ଆଧୁନିକୀକରଣ ଲୋକଙ୍କ ନିକଟରେ ପହଞ୍ଚିଛି କି? ସାମାନ୍ୟ ବର୍ଷା ହେଲେ ଇସ୍କନ ନିକଟରେ କୃତ୍ରିମ ବନ୍ୟା ହେଉଛି ।

ମୁକୁଳା ଡ୍ରେନ୍‌ରେ ପଡ଼ି ଲୋକଙ୍କ ଜୀବନ ଯାଉଛି ।ସ୍ମାର୍ଟସିଟିର ସମସ୍ତ ମାଷ୍ଟର ପ୍ଲାନ୍‌ ପୂରଣ ହୋଇପାରିନି । ଯାହା ଫଳରେ ଏପରି ଘଟଣାମାନ ଘଟୁଛି। ଏନେଇ କାର୍ଯ୍ୟ କରିବାକୁ ପଡ଼ିବ। ରାଜନୀତିରୁ ଊର୍ଦ୍ଧ୍ୱରେ ରହି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପୋଲିସକୁ ତା କାମ କରିବାକୁ ଦିଆଯାଇ ନଥିଲା । କିନ୍ତୁ ଆମ ସରକାର ଖୁବ୍‌ଶୀଘ୍ର ସ୍ବତନ୍ତ୍ର ଅଦାଲତ କରିବାକୁ ନିଷ୍ପତ୍ତି ନେବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com