ଜାତୀୟରାଜନୀତି

କଂଗ୍ରେସ କ୍ଷମତାକୁ ଆସିଲେ, ରାହୁଲ ଗାନ୍ଧି ପିଏମ ପାଇଁ ୧୦୦% ଯୋଗ୍ୟ: ଅଭିଷେକ ମନୁ ସଂଗଭି

ନୂଆଦିଲ୍ଲୀ:  ଏବେ ଖୁବ ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧି । ବିରୋଧୀ ଦଳ ନେତା ହେବା ପରେ ତାଙ୍କର ଆହୁରି ବଢିଛି ଲୋକପ୍ରିୟତା । ଯେଉଁଠି ନିଜ ଦଳର ନେତାଙ୍କ ଠାରୁ ଆରମ୍ଭ କରି କିଛି ବିରୋଧୀ ସଦସ୍ୟ ବି ପ୍ରଂଶସା କରୁଥିବା ଦେଖିବାକୁ ମିଳିଛି ।

ଏହାରି ଭିତରେ କଂଗ୍ରେସର କାର୍ଯ୍ୟକାରୀ ସମିତି ସଦସ୍ୟ ଅଭିଷେକ ମନୁ ସଂଘଭି ରାହୁଲ ଗାନ୍ଧିଙ୍କ ଖୁବ୍ଜୋରରେ ତାରିଫ କରିଛନ୍ତି । ଏହାସହ ରାହୁଲଙ୍କୁ ନେଇ ସେ ଏକ ବଡ ବୟାନ ଦେଇଛନ୍ତି । ସଂଘଭି କହିଛନ୍ତି ଯେ ରାହୁଲ ଗାନ୍ଧି ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଗମ୍ଭୀର ଭାବରେ କାର୍ୟ୍ୟ କରୁଛନ୍ତି । ଏହାସହ ତାଙ୍କର ସମର୍ପଣ ଭାବ ବା ଉତ୍ସର୍ଗୀକୃତ ମନୋଭାବ ଦେଖିବାକୁ ମିଳୁଛି । ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ପଦ ପାଇଁ ୧୦୦ ପ୍ରତିଶତ ଯୋଗ୍ୟ ଅଟନ୍ତି ।

ରାହୁଲ ଗାନ୍ଧି ନିଜ ବିବୃତ୍ତିକୁ ବୁଝିଛନ୍ତି । ସେ ଯାହା କୁହନ୍ତି ତାହା କରନ୍ତି । ତାଙ୍କର କଥା ଏବଂ କାର୍ୟ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ରାହୁଲଙ୍କୁ ପ୍ରଶଂସା କରି ଅଭିଷେକ ମନୁ କହିଛନ୍ତି, ରାହୁଲ ଗାନ୍ଧି ଡବଲ କଥା କୁହନ୍ତି ନାହିଁ । ସେ ସଠିକ୍ ମୁଦ୍ଦା ଉଠାଇଇଥାନ୍ତି । ସେ ଆହୁରି କହିଛନ୍ତି କି ମୋ କଥା ଭୁଲି ଯାଆନ୍ତୁ, ବିଜେପି ନେତାଙ୍କୁ ପଚାର । ଯେଉଁମାନେ ତାଙ୍କୁ ଟ୍ରୋଲ ଏବଂ ତାଙ୍କୁ ପରିହାସ କରୁଥିଲେ । ସେହି ଲୋକମାନେ ରାହୁଲ ଗାନ୍ଧିଙ୍କୁ ଏବେ ପ୍ରଶଂସା କରୁଛନ୍ତି ।

ଲୋକମାନେ ହୃଦୟଙ୍ଗମ କଲେଣି ଯେ ବିଜେପି ନେତାମାନେ ଜଣେ ସରଳ, ସ୍ବଚ୍ଛ ଏବଂ ସଚ୍ଚୋଟ ବ୍ୟକ୍ତିଙ୍କୁ ପରିହାସ କରୁଛନ୍ତି । ରାହୁଲ ଗାନ୍ଧିଙ୍କ ବିଷୟରେ ମନୁ କହିଛନ୍ତି ଯେ ଲୋକଙ୍କ ଧାରଣା ବର୍ତ୍ତମାନ ବଦଳୁଛି । ରାହୁଲ ଗାନ୍ଧି ଜଣେ ନେତା ଯିଏ ଯାହା କୁହନ୍ତି ତାହା କରନ୍ତି । ଯେତେବେଳେ ବି କଂଗ୍ରେସ କ୍ଷମତାକୁ ଆସିବ, ଶତପ୍ରତିଶତ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବେ । ଏହି ଅଧିକାରରୁ ରାହୁଲଙ୍କୁ କେହି ଦୂରେଇ ରଖି ପାରିବେ ନାହିଁ ବୋଲି କହିଛନ୍ତି ସଂଘଭି ।

Related Articles

Back to top button
WP Twitter Auto Publish Powered By : XYZScripts.com