ଓଡ଼ିଶା

ସାଇବର ଠକ କବଳରେ ଜେଲ ଏଡିଜି ଅମିତାଭ ଠାକୁର, କେମିତି ଜାଣନ୍ତୁ

ଭୁବନେଶ୍ୱର: ସାଇବର ଠକ କବଳରେ ପୁଲିସ ଅଧିକାରୀ । ଜେଲ୍‌ ଏଡିଜି ଅମିତାଭ ଠାକୁରଙ୍କ ନାଁରେ କେହି ଜଣେ ଫେକ୍‌ ଆକାଉଣ୍ଟ ଖୋଲିଥିବା ଜଣାପଡିଛି। ଜେଲ ଏଡିଜି ଅମିତାଭ ଠାକୁରଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି ଠକେଇ କରିବାକୁ ଯୋଜନା କରିଛନ୍ତି ସାଇବର ଲୁଟେରା ।

ଇନଷ୍ଟାଗ୍ରାମରେ ଅମିତାଭ ଠାକୁରଙ୍କ ନାମରେ ନକଲି ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଅମିତାଭ ଠାକୁର ।

କେହି ଜଣେ ସାଇବର ଠକ ଏଭଳି ଆକାଉଣ୍ଟ ଖୋଲି ପରିଚାଳିତ କରୁଥିବାରୁ ସେଥିରୁ କୌଣସି ମେସେଜ ଆସିଲେ ଆର୍ଥିକ କାରବାର ନକରିବାକୁ କହିଛନ୍ତି ଅମିତାଭ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କ୍ରାଇମବ୍ରାଞ୍ଚ, ଭୁବନେଶ୍ୱର ଡିସିପି ଓ ଇନଷ୍ଟାଗ୍ରାମକୁ ରିପୋର୍ଟ କରିଥିବା ନେଇ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତି କରି ଏକ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। କିଏ ଏବଂ କେଉଁ ଉଦେଶ୍ୟରେ ଏହି ଫେକ୍‌ ଆକାଉଣ୍ଟ ଖୋଳାଯାଇଛି। ତାହାର ଖୋଲତାଡ଼ ଆରମ୍ଭ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com