ଜାତୀୟରାଜନୀତି

ବିଜେପିରେ ଏବେ ବି ଆଡଭାନିଙ୍କ ଦବଦବା, ଗୋଡ଼ ତଳେ ବସି ଆଶିର୍ବାଦ ନେଲେ ନଡ୍ଡା

ନୂଆଦିଲ୍ଲୀ: ଦେଶରେ ତୃତୀୟ ଥର କ୍ଷମତାରେ ରହି ଶାସନ କରୁଛି ବିଜେପି । ୨୦୧୪ରୁ ଏପର୍ଯ୍ୟନ୍ତ ଏକାଧିକ ନେତାଙ୍କ ସତ୍ତା ବି ଦଳ ଭିତରେ ହଜିଗଲାଣି । ବିଜେପିର ନୀତି ଅନୁସାରେ ଯେଉଁ ରାଜନେତାଙ୍କୁ ବୟସ ହୋଇଗଲା ତାଙ୍କୁ ଆଉ ଲଢିବାକୁ ସୁଯୋଗ ନଦେଇ ପରାମର୍ଶଦାତା କମିଟିରେ ଥଇଥାନ କରାଯାଏ ।

ଏହାପରେ ସେହି ନେତାଙ୍କ ଭାଉ କମିଗଲା ଏବଂ ପୂର୍ବ ପରି ଆଉ ସମ୍ମାନ ମିଳିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହୁଏ । ତେବେ ଏହି କଥା ବେଳେବେଳେ ଭୁଲ୍ ବୋଲି ପ୍ରମାଣିତ ହୋଇଥାଏ କିଛି ନେତାଙ୍କ କ୍ଷେତ୍ରରେ । ଭଲ ଭାବେ ଦେଖନ୍ତୁ ଏହି ଚିତ୍ରକୁ ।

ଯେଉଁଥିରେ ବରିଷ୍ଠ ବିଜେପି ନେତା ଭାରତ ରତ୍ନ ଲାଲକୃଷ୍ଣ ଆଡଭାନିଙ୍କ ପାଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିଛନ୍ତି । ବିଜେପିର ସଦସ୍ୟତା ଅଭିଯାନ ଚାଲିଥିବାବେଳେ ନଡ୍ଡା ପହଁଞ୍ଚିଥିଲେ ଆଡଭାନିଙ୍କ ବାସଭବନରେ ।

ଆଉ ବିନମ୍ରତା ପୂର୍ବକ ଆଡଭାନିଙ୍କ ପାଦ ତଳେ ଆଣ୍ଠୁମାଡ଼ି ଆଶିର୍ବାଦ ନେବାପରି ବସିଥିଲେ । ଯାହା ଏହି ଚିତ୍ରରୁ ସ୍ପଷ୍ଟ ହେଉଛି । ଆଡଭାନିଙ୍କ ହାତକୁ ସଦସ୍ୟତା କାଗଜ ଦେବା ସମୟରେ ବେଶ୍ ଖୁସିରେ ଆଳାପ କରୁଛନ୍ତି । ସେହିପରି ପାଖରେ ଉପସ୍ଥିତ ଥିବା ରାଜ୍ୟସଭା ସାଂସଦ ଅରୁଣ ସିଂ ମଧ୍ୟ ହସ ହସ ମୁହଁରେ ଠିଆ ହୋଇଛନ୍ତି । ଏହି ଫଟୋ ସାମ୍ନାକୁ ଆସିବା ପରେ ବିଜେପିରେ ଏବେ ବି ଆଡଭାନିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସମ୍ମାନ ଥିବା ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com