ଜାତୀୟରାଜନୀତି

କଂଗ୍ରେସ ଟିକେଟରୁ ଲଢିବେ ଷ୍ଟାର ରେସଲର୍! ରାହୁଲ ଗାନ୍ଧିଙ୍କୁ ସାକ୍ଷାତ ପରେ ବଢିଲା ଚର୍ଚ୍ଚା,

ନୂଆଦିଲ୍ଲୀ:  ନିର୍ବାଚନ ମୈଦନାକୁ ଓହ୍ଲାଇବେ ୨ ଷ୍ଟାର୍‌ ରେସଲର୍‌ । କୁସ୍ତି ପରେ ଏବେ ନିର୍ବାଚନୀ ମୈଦାନରେ ନିଜ ନିଜର ଦମ୍‌ ଦେଖାଇବେ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ୍‌ । ହରିଆଣା ବିଧାନସଭା ନିର୍ବାଚନରେ ଏମାନେ କରିବେ ନିଜ ଭାଗ୍ୟ ପରୀକ୍ଷା ।

ଏଥିପାଇଁ ଉଭୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ଜଣାପଡିଛି । ଉଭୟ କୁସ୍ତିଯୋଦ୍ଧା ନିର୍ବାଚନ ପ୍ରାର୍ଥୀ ଘୋଷଣା ପୂର୍ବରୁ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଯାହାର ଫଟୋ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ପରେ ଆକଳନ କରାଯାଉଛି କି ଭିନେଶ ଫୋଗଟ କଂଗ୍ରେସ ଟିକେଟରେ ହରିୟାଣା ବିଧାନସଭା ନିର୍ବାଚନରେ ଏଣ୍ଟ୍ରି କରିପାରନ୍ତି ।

ତେବେ ଗତ କିଛି ଦିନ ହେବ ଭିନେଶ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ସମୟରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଏହି ସମ୍ଭାବନା ଆହୁରି ବଢିଯାଇଛି । ଏଠାରେ କହିରଖୁଛୁ ଯେ, ଆସନ୍ତା ଅକ୍ଟୋବର ୫ରେ ହରିଆଣାରେ ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ଏହି ନିର୍ବାଚନରେ ଉଭୟ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ହରିଆଣାର ବାଦିଲ୍‌ରୁ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗାଟ ଜୁଲାନା ଆସନରୁ ପ୍ରତିଦ୍ୱନ୍ଦ୍ୱୀ କରିବେ ବୋଲି କୁହାଯାଉଛି । ତେବେ ଏନେଇ କଂଗ୍ରେସ ପକ୍ଷରୁ ଏଯାଏଁ କୌଣସି ଘୋଷଣା ହୋଇନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com