ଓଡ଼ିଶା

ଗ୍ରାମାଚଂଳରେ ବିଜନେସ୍‌ର ହବ୍ ହେବ ସମବାୟ: ମନମୋହନ ସାମଲ

ଭୁବନେଶ୍ୱର:  ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମବାୟ ବୈଠକରେ ଯୋଗ ଦେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ବର୍ତମାନ ସମଗ୍ର ଦେଶରେ ସମବାୟ ବ୍ୟବସ୍ଥାକୁ ସୁଦୃଢ କରାଯାଉଛି ।

ସମବାୟକୁ ଗ୍ରାମାଚଂଳରେ ବିଜନେସ୍‌ର ହବ୍ ଭାବେ ପରିଣତ କରାଯିବ । ସମବାୟ ସଂସ୍ଥା ଜରିଆରେ କୃଷି ଋଣ ସମେତ ଔଷଧ, ପେଟ୍ରୋଲ, ଡିଜେଲ, କୀଟନାଶକ ଓ ସାର ଆଦି ଉପଲବ୍ଧ କରାଯିବା ସହିତ ସୌରଚାଳିତ ଶୀତଳ ଭଣ୍ଡାର, ଗୋଦାମ ଗୃହ, ଜନସେବା କେନ୍ଦ୍ର, ବ୍ୟାଂକ ଓ ଏଟିଏମ, କିଷାନ ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦିଆଯିବ ।

ଏହା ଦ୍ୱାରା ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ ହୋଇପାରିବ ବୋଲି ସାମଲ କହିଛନ୍ତି । ରାଷ୍ଟ୍ରବାଦ ବିଚାରଧାରାର ଅଧିକରୁ ଅଧିକ ସଦସ୍ୟ ସମବାୟ ସହିତ ଯୋଡି ହୋଇ ସମବାୟ ସଂସ୍ଥାଗୁଡିକୁ ଲୋକାଭୀମୁଖୀ କରିବା ପାଇଁ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ଏହି ବୈଠକରେ ଯୋଗ ଦେଇ କହିଛନ୍ତି । ବର୍ତମାନ ବିଜେପି ସଦସ୍ୟତା ଅଭିଯାନର ଶୁଭାରମ୍ଭ ହୋଇଛି ।

ଏହି ଅଭିଯାନରେ ରାଜ୍ୟର ସମବାୟ ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ପ୍ରାୟ ୧ ଲକ୍ଷ୍ୟ ସଦସ୍ୟଙ୍କୁ ସଦସ୍ୟତା କରାଯିବ । ସମସ୍ତ ପ୍ରାଥମିକ ସମବାୟ ସମିତିର ନେତା ଓ ସମବାୟବିତ୍‌ମାନଙ୍କୁ ଦଳରେ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ରଂଜନ ମଙ୍ଗରାଜ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com