ଓଡ଼ିଶାରାଜନୀତି

ପଦ୍ମ ଧରିଲେ ସୁଜିତ କୁମାର, କେମିତି ଜାଣନ୍ତୁ

ଭୁବନେଶ୍ୱର: ପୁଣି ଆଉ ଜଣେ ବିଜେଡ଼ି ରାଜ୍ୟସଭା ସାଂସଦ ବିଜେପି ସହ ହାତ ମିଳାଇଛନ୍ତି । ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ତେବେ ଏଇ କିଛି ସମୟ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁଜିତଙ୍କୁ ଦଳରୁ ବହିଷ୍କାର କରିଥିଲେ । ଦଳ ବିରୋଧୀ ନୀତି ପାଇଁ ତାଙ୍କୁ ଦଳ ବହିଷ୍କାର କରିଥିବା ବେଳେ ସେ ନିଜେ ତାଙ୍କ ଆଡୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିବା କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ସୁଜିତ୍ । ଆଉ ଏହାର କିଛି ସମୟ ପରେ ସେ ଦିଲ୍ଲୀରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ତେବେ କହିରଖୁଛୁ, ବିଜେଡିରୁ ରାଜ୍ୟ ସଭା ଏମ୍‌ପି ଥିଲେ ସୁଜିତ। ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । ବିଜେଡିରେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ‘କମିଟି ଅନ୍ ପିଟିସନ୍ସ’ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ମିଳିଥିଲା । ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲେ ।

ପୂର୍ବରୁ ମଧ୍ୟ ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ପଦ ଓ ଦଳ ଉଭୟରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଏହା ପରେ ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଛନ୍ତି ।

ସେପଟେ ଆଜି ଦଳର ଆଉ ଜଣେ ରାଜ୍ୟସଭା ସାଂସଦ ଯେ କି ଦଳରୁ ପୂର୍ବରୁ ବହିଷ୍କାର ହୋଇଥିଲେ ସେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଯାହା ରାଜ୍ୟସଭାରେ ବିଜେଡ଼ି ପାଠ କାଠିକର କରିବ । କାରଣ ଏହାସହିତ ବିଜେଡିର ରାଜ୍ୟସଭା ସଂଖ୍ୟା ଗରିଷ୍ଠତା ୭କୁ ଖସିଛି ।

ଯାହା ଉଭୟ ରାଜ୍ୟ ଓ ରାଜ୍ୟସଭାରେ ବିଜେଡିର ସ୍ଥିତି ଦୋହଲାଇ ଦେଇଛି । ଅନ୍ୟପଟରେ ରାଜ୍ୟସଭାରେ ବିଜେପି ସହଯୋଗୀ ଏନଡିଏ ଦଳର ଆଧିପତ୍ୟ ବଢ଼ିଛି । ଏବେ ଲୋକସଭାରେ ବିଜେଡିର କୌଣସି ସଦସ୍ୟ ନାହାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com