ଜାତୀୟରାଜନୀତି

କଂଗ୍ରେସର ହାତ ଧରିଲେ ଭିନେଶ-ବଜରଙ୍ଗ,ହରିୟାଣା ନିର୍ବାଚନରେ ମଇଦାନକୁ ଓହ୍ଲାଇବେ!

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ମିଳିଛି ଶକ୍ତି । ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗ ଦେଇଛନ୍ତି ।

ଉଭୟ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ ଭିନେଶ ଫୋଗାଟ କହିଛନ୍ତି ଯେ ଯେତେବେଳେ ବିଜେପି ଆମକୁ ରାସ୍ତାରେ ଟାଣି ଟାଣି ନେଉଥିଲା, ସେତେବେଳେ ସମସ୍ତ ବିରୋଧୀ ଦଳ ଆମ ସହିତ ଛିଡ଼ା ହୋଇଥିଲେ । ଭିନେଶ କହିଛନ୍ତି, ଆଜି ମୁଁ ଦେଶର ସେବା କରିବାର ସଂକଳ୍ପ ନେଇ କଂଗ୍ରେସରେ ଯୋଗ ଦେଉଛି ।

ଯାହା ଆମ ହାତରେ ଅଛି, ଆମେ ଆମ ଲୋକଙ୍କ ପାଇଁ ଭଲ କରିବୁ । ସେ କହିଛନ୍ତି ଯେ ଯେତେବେଳେ ଆମେ ଜନ୍ତର ମନ୍ତରରେ ବିରୋଧ କରୁଥିଲୁ, ଭାଜପା ଆମକୁ ଅଦରକାରୀ ବୋଲି ବିବେଚନା କରିଥିଲା । ଏହାକୁ ପ୍ରମାଣ କରିବାକୁ ଭାଜପା ଆଇଟି ସେଲ କ୍ରମାଗତ ଭାବରେ ଚେଷ୍ଟା କରୁଥିଲା ।

କିନ୍ତୁ ଆମେ ଅଲିମ୍ପିକ୍ସରେ ନିଜକୁ ପ୍ରମାଣିତ କରିଥିଲୁ । ଗତ ବର୍ଷ ଭିନେଶ ଫୋଗାଟଙ୍କ ସମେତ ଅନ୍ୟ କେତକ ରେସଲର ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ମୁଖ୍ୟ ବ୍ରିଜ ଭୂଷଣ ସିଂହଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ।

ବ୍ରିଜ ଭୂଷଣଙ୍କୁ ଗିରଫ ଦାବିରେ ଫୋଗାଟଙ୍କ ସମେତ ଅନ୍ୟ ରେସରେଲ ଦିଲ୍ଲୀରେ ଆନ୍ଦୋଳନରେ ବସିଥିଲେ । ତେବେ ବଜରଙ୍ଗ ଓ ଭିନେଶ କଂଗ୍ରେସରେ ଯୋଗଦେବା ପରେ ଦଳ ତାଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି।

ଅକ୍ଟୋବର ୫ରେ ହରିଆଣାରେ ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିବ ଏବଂ ଅକ୍ଟୋବର ୮ରେ ଫଳାଫଳ ପ୍ରକାଶ ପାଇବ । ତେବେ ଉଭୟଙ୍କ ଯୋଗଦାନ ବିଜେପି ଶାସିତ ରାଜ୍ୟ ଉପରେ କେତେ ପ୍ରଭାବ ପକାଉଛି ତା’ ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ ।

Related Articles

Back to top button
WP Twitter Auto Publish Powered By : XYZScripts.com