ଓଡ଼ିଶା

୨ ହଜାର ଫରେଷ୍ଟ ଗାର୍ଡ ପଦବୀ ପୂରଣ ହେବ: ଗଣେଶରାମ ସିଂ ଖୁଣ୍ଟିଆ

ଭୁବନେଶ୍ୱର: ରାଜ୍ୟରେ ଖୁବ ଶୀଗ୍ର ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ । ୨ ହଜାର ଫରେଷ୍ଟ ଗାର୍ଡ ପଦବୀ ୩ ମାସରେ ପୂରଣ ହେବ । ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା ଦେଇଛନ୍ତି।

କେନ୍ଦୁଝରରେ ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ୩ ହଜାର ଫରେଷ୍ଟ ଗାର୍ଡ ପଦବୀ ଖାଲିପଡ଼ିଛି। ଏଥିରୁ ୨ ହଜାର ପଦବୀ ପୂରଣ କରାଯିବ। ଏନେଇ ପ୍ରସ୍ତୁତି ଚାଲିଥିବା ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱରସ୍ଥିତ ଗାନ୍ଧୀମାର୍ଗରେ ‘ସୁଭଦ୍ରା’ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାର ଅସ୍ମିତାର ପରିଚୟ ହେବ।

ପ୍ରତି ମହିଳାଙ୍କ ସ୍ବପ୍ନ ପୂରଣ କରିବା ଆମ ସରକାରଙ୍କ ଲକ୍ଷ୍ୟ। ମହିଳାଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଏହି ଯୋଜନା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com