ଓଡ଼ିଶା

କଟକ ବାଲିଯାତ୍ରା ପଡିଆରେ ଆରମ୍ଭ ହେଲା, ଜାତୀୟ ଆଦିବାସୀ ମହୋତ୍ସବ

ଭୁବନେଶ୍ୱର: କଟକ ବାଲିଯାତ୍ରା ଉପର ପଡ଼ିଆରେ ସା-ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ‘ପରିଚୟ ଜାତୀୟ ଆଦିବାସୀ ମହୋତ୍ସବ’ ଉଦ୍‌ଘାଟିତ ହୋଇଯାଇଛି। ସେପ୍ଟେମ୍ବର୍ ୫ରୁ ୧୫ ତାରିଖ ୧୧ଦିନ ଧରି ଏହି ମେଳା ଆୟୋଜନ କରାଯାଇଛି। ପରିଚାଳନା ଟ୍ରଷ୍ଟି ଶୁଭାଶିଷ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମାଜିକ କଲ୍ୟାଣ ଓ ସଶକ୍ତିକରଣ ମନ୍ତ୍ରୀ ନତ୍ୟାନନ୍ଦ ଗଣ୍ଡ, ଦେଇଥିଲେ।

ଅମୀୟ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହୋତ୍ସବରେ ୧୬ଟି ଜିଲ୍ଲା ଓ ୧୨ଟି ରାଜ୍ୟରେ ବସବାସ କରୁଥିବା ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ହସ୍ତଶିଳ୍ପ, କଳାକୃତି,ଖାଦ୍ୟପେୟକୁ ଲୋକଲୋଚନକୁ ଅଣାଯିବା ସହ ବିକ୍ରି କରାଯାଉଛି। ମେଳାରେ ୧୩୪ଟି ଷ୍ଟଲ୍ ଲାଗିଥିବା ବେଳେ ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ।

ଓଡ଼ିଶାର ନବରଙ୍ଗପୁର,କୋରାପୁଟ, ରାୟଗଡା, କଳାହାଣ୍ଡି,ମାଲକାନାଗିରି, ମୟୂରଭଞ୍ଜ ପରି ୧୬ଟି ଜିଲ୍ଲାରୁ ୫୦ରୁ ଅଧିକ ଏସ୍ଏଚ୍‌ଜିର ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଉଛି!ସେହିପରି ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର,ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆସାମ ପରି ୧୨ଟି ରାଜ୍ୟର ଆଦିବାସୀଙ୍କ ଦ୍ବାରା ହାତ ତିଆରି ହୋଇଥିବା ବିଭିନ୍ନ ପ୍ରକାର ର ସାମଗ୍ରୀ ଏଠାରେ ମିଳୁଛି ।ଏହି ଉଦଘାଟିତ ସଭାରେ କଟକ ମେୟର ସୁବାଷ୍ ସିଂ, ସଦର ବିଧାୟକ ପ୍ରକାଶ ସେଠି ଓସିଏ ର ପୂର୍ବତନ ସମ୍ପାଦକ ଶ୍ରୀ ଆଶୀର୍ବାଦ ବେହେରା ଯୋଗ ଦେଇଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com