ଜାତୀୟ

ମଙ୍କିପକ୍ସକୁ ନେଇ ଆସିଛି ବଡ ଖବର; ଟିକାକୁ ମିଳିଲା ‘ହୁ’ ର ଅନୁମୋଦନ

ନୂଆଦିଲ୍ଲୀ: ମଙ୍କିପକ୍ସର ପ୍ରଥମ ଟିକାକୁ ମିଳିଲା ‘ହୁ’ ର ଅନୁମୋଦନ । ଗତ କିଛି ଦିନ ଧରି ବିଶ୍ଵରେ ଆତଙ୍କ ଖେଳାଉଥିବା ମଙ୍କିପକ୍ସକୁ ନେଇ ଆସିଛି ଏକ ବଡ ଖବର । ମଙ୍କିପକ୍ସର ପ୍ରଥମ ଟିକା ‘ବଭାରିଆନ୍ ନର୍ଡ଼ିକ୍’ କୁ ଗ୍ରୀନ୍ ସିଗନାଲ୍ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ମଙ୍କିପକ୍ସ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଏହି ଟିକାକୁ ପ୍ରାକ୍-ଯୋଗ୍ୟତା ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏନେଇ ସୂଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରିୟସସ୍ ।

ମଙ୍କିପକ୍ସ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଏହି ଟିକାକୁ ପ୍ରାକ୍-ଯୋଗ୍ୟତା ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁବାର ଦିନ ବଭାରିଆନ୍ ନର୍ଡିକ ଟିକାର ନାମ ଘୋଷଣା କରିଛନ୍ତି । ମାରାତ୍ମକ ମଙ୍କିପକ୍ସ ବିରୋଧରେ ଲଢ଼େଇ କରିବାରେ ଏହା ହେବ ପ୍ରଥମ ଟିକା । ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ଦିଆଯାଇପାରିବ ବୋଲି ଡବ୍ଲୁଏଚ୍‌ଓ ସୂଚୀତ କରିଛି ।

ଏହି ଟିକାକୁ ୪ସପ୍ତାହ ବ୍ୟବଧାନରେ ୨ ଡୋଜ୍‌ ଦିଆଯାଇପାରିବ । ଡବ୍ଲୁଏଚ୍‌ଓ ଏକ ବିବୃତିରେ କହିଛି, ‘‘ଉପଲବ୍ଧ ତଥ୍ୟ ଦର୍ଶାଉଛି ଯେ ଏହି ବଭାରିଆନ୍ ନର୍ଡିକ ଟିକା ମଙ୍କିପକ୍ସ ବିରୋଧର ପ୍ରାୟ ୭୬ ପ୍ରତିଶତ କାମ କରିବ।’’

WHOର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ, ‘‘ମଙ୍କିପକ୍ସ ବିରୋଧରେ ଆମର ସଂଗ୍ରାମର ଏହି ଟିକା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସମସ୍ତଙ୍କୁ ଟିକାକରଣର ସମାନ ସୁବିଧା ପ୍ରଦାନ କରାଯିବ।’’ ଏଥିସହ ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ଉପକରଣ ମଧ୍ୟ “ସଂକ୍ରମଣକୁ ରୋକିବା, ସଂକ୍ରମଣ ବନ୍ଦ କରିବା ଏବଂ ଜୀବନ ରକ୍ଷା କରିବା” ପାଇଁ ଜରୁରୀ ବୋଲି ସେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com