ଓଡ଼ିଶା

ଆଉ ନୁହେଁ ମୋ ସ୍କୁଲ ଅଭିଯାନ ନାଁ; ଏଣିକି ଲାଗୁ ହେଲା ପଞ୍ଚଶଖା ଶିକ୍ଷା ସେତୁ ନୂଆ ଯୋଜନା

ଭୁବନେଶ୍ଵର: ବଦଳିଲା ମୋ ସ୍କୁଲ ଅଭିଯାନ ନାଁ । ମୋ ସ୍କୁଲ୍‌ ଅଭିଯାନ ନାଁ ବଦଳେଇଲା ଗଣଶିକ୍ଷା ବିଭାଗ । ମୋ ସ୍କୁଲ ଅଭିଯାନ ନାଁ ବଦଳି ପଞ୍ଚଶଖା ଶିକ୍ଷା ସେତୁ ନୂଆ ଯୋଜନା ହୋଇଛି । ୨୦୧୭ରେ ଆରମ୍ଭ ହୋଇଥିଲା ମୋ ସ୍କୁଲ୍‌ ଅଭିଯାନ । ନାଁ ବଦଳିବା ପରେ ନୂଆ ନାଁ ହେଲା ପଞ୍ଚଶଖା ଶିକ୍ଷା ସେତୁ ଯୋଜନା । ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ନୂତନ ସରକାର ଗଢିବା ପରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବ ସରକାରଙ୍କ ଅନେକ ଯୋଜନାର ନାମ ବଦଳାଇ ନୂତନ ନାମ ଘୋଷଣା କରିଥିଲେ । ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ବ୍ୟୟବରାଦ ହୋଇଥିଲା । ଚଳିତ ବଜେଟରେ ବିଜେଡି ସରକାରର ବହୁଚର୍ଚ୍ଚିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ପରିବର୍ତ୍ତନ ହୋଇ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ହୋଇଛି ।

ସେହିପରି ବିଜୁ ସେତୁର ନାଁ ବଦଳାଇ ‘ସେତୁ ବନ୍ଧନ’ ଯୋଜନା, ମୋ ସ୍କୁଲର ନାଁ ବଦଳାଇ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’, ଲକ୍ଷ୍ମୀ ଯୋଜନାର ନାଁ ‘ଗ୍ରାମାଞ୍ଚଳ ପରିବହନ’ ଯୋଜନା, ଆମ ଓ ନବୀନ ଓ ନାଁ ବଦଳାଇ ‘ବିକଶିତ ଗାଁ ବିକଶିତ ଓ କାଳିଆ ଯୋଜନାର ନାଁ ବଦଳାଇ ‘ସିଏମ-କିଷାନ’ ଯୋଜନା, ବିଜୁ ପକ୍କାଘର ଯୋଜନା ପରିବର୍ତ୍ତେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଘୋଷଣା ହୋଇଥିଲା ।

କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ କିଷାନ ଯୋଜନା କରାଯାଇଥିବା ବେଳେ ଆମ ଓଡ଼ିଶା ଓ ନବୀନ ଓଡ଼ିଶାକୁ ବିକଶିତ ଗାଁ ଓ କିକଶିତ ଓଡ଼ିଶା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମେକ୍ ଇନ୍ ଓଡ଼ିଶାକୁ ଉତ୍କର୍ଷ ଉତ୍କଳ ଏବଂ ମୋ ସ୍କୁଲ ଅଭିଯାନକୁ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ନାମରେ ନାମିତ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com